centurian jitm

ଚାଉଲସୁଖା ଗ୍ରାମରେ ନୂଆଁଖାଇ ଭେଟ୍‌ଘାଟ୍‌

nschool

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଚାଉଲଶୁଖା ଗ୍ରାମ ପଞ୍ଚାୟତ ଚାଉଲସୁଖା ଗ୍ରାମଠାରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ନାଚ ପ୍ରତିଯୋଗିତା କରାଯାଇଥିଲା । ଏହି ଉତ୍ସବ କାର୍ଯ୍ୟକ୍ରମରେ ଗିରିରାଜ ସିଂ ମାଝୀ ଅବସରପ୍ରାପ୍ତ ସୈନିକ ଭାରତ ସରକାର, ବିଜେଡି ଯୁବନେତା ଆଶାଦୁଲ୍ଲା ଖାନ, ତୁରେକେଲା ବ୍ଲକ ସଭାପତି ଉପସ୍ଥିତ ଥିଲେ । ଜନସାଧାରଣଙ୍କ ସହିତ ନୂଆଁଖାଇ ଜୁହାର ଭେଟ୍‌ ହୋଇଥିଲେ ଏବଂ ନାଚରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହିତ ପ୍ରତିଯୋଗିତାରେ ଉତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ ।

Leave A Reply

Your email address will not be published.

error: Content is protected !!