pr

ଖୁଣ୍ଟସମଲାଇ ଗ୍ରାମରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

dr. purohit

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଲକ ଖୁଣ୍ଟସମଲାଇ ଗ୍ରାମରେ ନୂଆଁଖାଇ ପରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି । ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗାଁର ଗୌନ୍ତିଆ ଇଂ. ନିର୍ବିଘ୍ନ ଭୋଇ, ମୁଖ୍ୟବକ୍ତା ଭାବେ କୋଶଲି କବି ଭକ୍ତବନ୍ଧୁ ବିଶ୍ୱାଳ, ଅଧ୍ୟାପକ ସୁରେଶ ଚନ୍ଦ୍ର ବେହେରା, ସରପଞ୍ଚ ନୋମିନି ସୁରେନ୍ଦ୍ର ମେହେର, ସମିତି ସଭ୍ୟ ନୋମିନି ଛିନୁ ନାଗ, ଫଟାମୁଣ୍ଡା ସମିତି ସଭ୍ୟ ଜୟନ୍ତ କୁମ୍ଭାର, କବୟିତ୍ରୀ ବିନୋଦିନୀ ନାଏକ, ନବୀନ ମେହେର, ପ୍ରତାପ ମିଶ୍ର ଓ ଅର୍ଜୁନ ସା ପ୍ରମୁଖ ଯୋଗ ଦେଇଥିଲେ ଏବଂ ମଞ୍ଚ ପରିଚାଳନା କରିଥିଲେ ପ୍ରମୋଦ କୁମାର ଭୋଇ ଓ ଶେଷଦେବ ପସାୟତ । ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଣେଶ ପୂଜା କମିଟି, ଖୁଣ୍ଟସମଲାଇ, ତଳିପଡ଼ାର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ପରିଶେଷରେ ପ୍ରମୋଦ କୁମାର ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.