jayashree

ବୁର୍ଡ଼ାବାହାଲ ଗାଁରେ ବ୍ୟାପିଲା ଝାଡାବାନ୍ତି ରୋଗ, ଘରକୁ ଘର ବୁଲିଲେ ସ୍ୱାସ୍ଥ୍ୟ କର୍ମୀ ଏବଂ ଉପଜିଲ୍ଲାପାଳ

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ବ୍ଲକ ଲରମ୍ଭା ଗ୍ରାମ ପଞ୍ଚାୟତ ବୁର୍ଡାବାହାଲ ଗ୍ରାମରେ ଗତକାଲି ୧୯ରୁ ଅଧିକ ଲୋକ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହେଇଥିବା ଜଣାପଡିଛି । ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ସେମାନେ ସମସ୍ତେ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି । ଅବସ୍ଥା ତଦାରଖ ପାଇଁ ପ୍ରଥମେ ଉପଜିଲ୍ଲାପାଳ ଡାକ୍ତରଖାନାକୁ ଯାଇ ରୋଗୀଙ୍କ ଅବସ୍ଥା ପଚାରି ବୁଝିଥିଲେ । ପରେ ଗାଁରେ ମେଡ଼ିକାଲ ଟିମ୍‌ ସହ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠୀ, ସିଡ଼ିପିଓ ପହଞ୍ଚି ଘର ଘର ବୁଲି ଲୋକମାନଙ୍କୁ ସଚେତନ କରାଉଛନ୍ତି । ଗାଁରେ ବ୍ଲିଚିଙ୍ଗ ପାଉଡର ପକାଉଥିବା ବେଳେ ମାଗଣାରେ ଔଷଧ ବଣ୍ଟନ କରୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଗାଁରେ ପରିସ୍ଥିତି ନିୟନ୍ତ୍ରଣ ଥିବା ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.