csstore

ମହିଳା ମହାବିଦ୍ୟାଳୟରେ ବିଶ୍ଵ ପ୍ରାଥମିକ ସହାୟତା ଦିବସ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପ୍ରାଥମିକ ସହାୟତା ଦିବସ ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଇତିହାସ ବିଭାଗର ଅଧ୍ୟାପିକା ତଥା ଯୁବ ରେଡକ୍ରସ କାଉନସିଲର ନିଳୀମା ନାୟକଙ୍କ ଦ୍ୱାରା ପରିଚାଳିତ ସଭାରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗଦେଇ ଦୁର୍ଘଟଣାରେ ଆହତ ବ୍ୟକ୍ତିର ପ୍ରାଥମିକ ସହାୟତା କଣ ରହିବା କଥା ତତ୍ ସଙ୍ଗେ ସଙ୍ଗେ ହାର୍ଟ ଷ୍ଟୋକ, ସାପ କାମୁଡିବା, ସିପିଆର୍‌ ସମ୍ବନ୍ଧରେ ଅନେକ କିଛି ନୂତନ ତଥ୍ୟ ସ୍ବେଚ୍ଛାସେବୀମାନଙ୍କୁ ପ୍ରଦାନ କରିଥିଲେ । ଯୁବ ରେଡକ୍ରସ କାଉନସିଲର ତଥା ଫାଷ୍ଟ ଏଡ୍ ମାଷ୍ଟର ଟ୍ରେନର ଯତୀନ୍ଦ୍ର କୁମାର ସାହୁ ଆହତ ବ୍ୟକ୍ତିର ଜୀବନ ରକ୍ଷା ପ୍ରଣାଳୀର ସିପିଆର୍‌ ଓ ରିକୋଭିରି ପୋଜିସନ୍‌ର ବ୍ୟବହାରିକ ଉପାୟ ପ୍ରଦାନ କରିଥିଲେ । ଏ ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ନୀତିଶ ତାଣ୍ଡି, ଶଶାଙ୍କ ଶେଖର ପଧାନ, ସାର୍ଥକ ପାଣିଗ୍ରାହୀ, ଅଧ୍ୟାପିକା ଅଙ୍କିତା ବାବୁ, ପିଙ୍କି ବାରିକ, ଜ୍ୟୋତି ସାହୁ, ମନ୍ଦାକିନୀ ମେହେର, ମୌସୁମୀ ମାଝୀ, ସହକର୍ମୀ ବିରେନ୍ଦ୍ର ଖଟୁଆ, ନୃପରାଜ ବରିହା, ତ୍ରିପୁରା ବେହେରାଙ୍କ ସମେତ ଛାତ୍ରୀମାନେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.