csstore

ବିଭିନ୍ନ ଦାବୀ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଲେ ୪ ଜଣ ଆଦିବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ୧୩ ଦଫା ଦାବୀ ନେଇ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା କମିଟି ଆମରଣ ଅନଶନ ଓ ଧାରଣାରେ ବସିଥିବା ଜଣାପଡିଛି । ଭାଗିରଥି ଭୁଏ, ଭୂମି ଭୁଏ, ତପିସା ଭୁଏ, ସେବତୀ ଭୁଏ ପ୍ରମୁଖ ୪ ଜଣ ଆମରଣ ଅନଶନରେ ବସିଥିବା ବେଳେ ୧୦୦ ଜଣ ଆଦିବାସୀ ମହିଳା ଓ ପୁରୁଷମାନେ ଅନଶନକାରୀଙ୍କୁ ସମର୍ଥନ ଜଣାଇଛନ୍ତି । ୧୩ ଦଫା ଦାବୀ ଯଦି ପୂରଣ ନ ହେଲେ ଆସନ୍ତା ୧୩ ତାରିଖ ହଜାର ହଜାର ସଂଖ୍ୟାରେ ବିରାଟ ଆନ୍ଦୋଳନ ହେବା ସହ ଅନିର୍ଦ୍ଧିଷ୍ଟ କାଳ ପାଇଁ ଲଢ଼େଇ ଜାରି ରହିବ ବୋଲି ଅନଶନକାରୀ ଚେତାବନୀ ଦେଇଛନ୍ତି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ସଂଘର ପ୍ରତିଷ୍ଠାତା ତଥା ଲଢୁଆ ନେତା ଗୋବର୍ଦ୍ଧନ ଭୋଏ, ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା ସଭାପତି ଗୋବିନ୍ଦ ବରିହା, ଜିଲ୍ଲା ସଂପାଦକ ତ୍ରିଲୋଚନ ଭୁଏ, ପଦ୍ମପୁର ବ୍ଲକ୍ ସଭାପତି ବାମନ ଧରୁଆ, ଶଶୀଭୁଷଣ ବରିହା, ଚେରୁ ବରିହା, ଚୈତନ୍ୟ ପ୍ରସାଦ ବରିହା, ଧନଞ୍ଜୟ ବରିହା, ସଞ୍ଜୟ ଜରଜରିଆ, ରୁପଧର ନାଏକ, ସତ୍ୟାନନ୍ଦ ବୁଡ଼େକ, ବିରଞ୍ଚି ବରିହା, ଗୋପାଳ ଚନ୍ଦ୍ର ଭୁଏ, ବିଝାଂଲ୍ ସମାଜର ପୂର୍ବତନ ଲାଡ୍ ସଭାପତି ନାରଦ ବରିହା, ବିଝାଂଲ୍ ସମାଜ ପୂର୍ବତନ ସାଧାରଣ ସମ୍ପାଦକ ଦୃଣ କନ୍ଦା, ସତ୍ୟ କୁମାର ବରିହା, ଅଶ୍ବିନୀ ବରିହା ଏବଂ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.