ଟିଟିଲାଗଡ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ଟିଟିଲାଗଡ, (ସଞ୍ଜୟ କୁମାର ମିଶ୍ର) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଡାକରାକୁ ସମର୍ଥନ ଜଣାଇ ଟିଟିଲାଗଡ଼ର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଟିଟିଲାଗଡ । ତିନୋଟି ଦାବୀ ନେଇ ଗଣଧାରଣା ଦିଆଯାଇଛି ।

ଏହି ତିନୋଟି ଦାବୀ ପୂରଣ ନ ହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଗଣଧାରଣା ଦିଆଯିବାକୁ ସଭାପତି ସୁଶାନ୍ତ ପଣ୍ଡା ସୂଚନା ଦେଇଛନ୍ତି । ପ୍ରତ୍ୟେକ ଦିନ ୫୦ ଜଣ ଲେଖାଏଁ ଶିକ୍ଷକ ଶିକ୍ଷୟତ୍ରୀମାନେ ପାଳି କରି ଏହି ଗଣଧାରଣାରେ ସାମିଲ ହେବାକୁ ମଧ୍ୟ ସ୍ଥରିକୃତ ହୋଇଛି । ତିନୋଟି ଦାବୀ ମଧ୍ୟରୁ ନୂତନ ପେନ୍‌ସନ୍‌ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନ୍‌ସନ୍‌ ଲାଗୁ, ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ମୂଳ ବେତନ ଲେବୁଲ ୯ ଗ୍ରେଡ ପେ ୪୨୦୦ ଅନୁସାରେ ପ୍ରଦାନ୍, ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ, କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାଳକୁ ନେସନାଲ ଇଙ୍କ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରିରେ ଗଣନା କରିବା ସହିତ ଏକ୍ସ୍ କ୍ୟାଡର୍ ଶିକ୍ଷକ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ଦେବାକୁ ଦାବୀ କରିଛନ୍ତି ।

Leave A Reply

Your email address will not be published.