ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାରେ ମାତୃ କର୍ମଶାଳା ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କର୍ମଶାଳାରେ ଶିଶୁବାଟିକା ବିଭାଗର ୧୨ଟି ବ୍ୟବସ୍ଥାର କାଳାଂଶ କରାଯାଇଥିଲା । ପ୍ରଧାନ ଆଚାର୍ଯ୍ୟ ଶିବ ପ୍ରସାଦ ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାରିକ ଅତିଥି ପରିଚୟ ପ୍ରଦାନ କରିବା ସହିତ କାଳାଂଶ ନେଇଥିଲେ । ଶିଶୁବାଟିକା ପ୍ରମୁଖ କରୁଣାକର ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବରିଷ୍ଠ ଆଚାର୍ଯ୍ୟ ରସାନନ୍ଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳାରେ ୭୦ ଜଣ ମାଆ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.