ଅଲେଖ ମହିମା ସାଧୁସନ୍ଥ ଧର୍ମାବଲମ୍ବୀଙ୍କ ସ୍ୱତନ୍ତ୍ର ନୂଆଁଖାଇ ଅନୁଷ୍ଠିତ

ନୁଆପଡା, (ନିରାକାର ମେହେର) : ଭାଦ୍ରବ ମାସ ପଂଚମୀ ତିଥିରେ ପଶ୍ଚିମ ଓଡିଶାବାସୀଙ୍କ ନୂଆଁଖାଇ ଅନୁଷ୍ଠିତ ହୋଇଥାଏ । ହେଲେ ଏହି ଅଂଚଳରେ ରହୁଥିବା ମହିମା ଧର୍ମାବଲମ୍ବୀମାନଙ୍କର ଶ୍ରାବଣ ମାସ ପୂର୍ଣ୍ଣିମାରେ ନୂଆଁଖାଇଥାନ୍ତୀି । ଯଦି ନୂଆଁଖାଇର ପରମ୍ପରା ସମାନ ରହୁଥିଲେ ହେଁ ମହିମା ଧର୍ମାବଲମ୍ବୀମାନେ ତାଙ୍କ ଧର୍ମରେ ବିଶ୍ୱାସ ରହିଥାଏ । ପଶ୍ଚିମ ଓଡିଶାର ଅନ୍ୟାନ୍ୟ ଅଲେଖ ମହିମା ଧର୍ମାବଲମ୍ବୀମାନଙ୍କ ଭଳି ନୁଆପଡା ଜିଲ୍ଲାର ସାଧୁସନ୍ଥମାନେ ନୂଆଁଖାଇଥାନ୍ତି । ପ୍ରଥମରେ ଅମଳ ହେଉଥିବା ଧାନକୁ ନୂଆପାତ୍ରରେ ସଂଗ୍ରହ କରି ଅଲେଖ ମଠରେ ରଖିଥାନ୍ତି ଓ ଏହାପରେ ମାଟିପାତ୍ରରେ ନୂଆଧାନକୁ ନିଆରେ ଭାଜିବା ପରେ ଗୁଣ୍ଡ କରି ଚୁଡା ପ୍ରସ୍ତୁତ କରିଥାନ୍ତି । ପରେ ଘିଅ, ପଂଚାମୃତ, ନଡିଆ, କଦଳୀ ମିଶାଇ ନାବାନ୍ନ ତିଆରି କରିଥାନ୍ତି । ପରେ ଅଲେଖ ଗୋସାଇଁଙ୍କୁ ନାବାନ୍ନ ଟେକିବା ପରେ ସାଧୁସନ୍ଥମାନେ ମିଳିତ ଭାବରେ ଭକ୍ଷଣ କରଥାନ୍ତି ।ନୁଆପଡା ଜିଲ୍ଲା ଖଡିଆଳ ବ୍ଲକର ରାଣିପୁର ମଠ, ତୁକୁଲା ମଠ, ବୋଡେନ ବ୍ଲକର ପାତଲଗଂଗା ଓ ସିନାପାଲିର ବାବା ମଠରେ ସାଧୁସନ୍ଥ ନୁଆଖାଇଛନ୍ତି ।

Leave A Reply

Your email address will not be published.