ସାରସ୍ୱତ ସମିତିର ଗୃହ ନିର୍ମାଣ ପାଇଁ ଶୁଭାରମ୍ଭ

ନୁଆପଡା, (ନିରାକାର ମେହେର) : ନୁଆପଡା ଜିଲ୍ଲା ସିନାପାଲି ବ୍ଲକର ସାହିତ୍ୟ ଅନୁଷ୍ଠାନ ଗଂଗାଧର ସାରସ୍ୱତ ସମିତିର ନୂତନ ଗୃହ ନର୍ମାଣ ପାଇଁ ଭୂମିପୂଜନର ଶୁଭାରମ୍ଭ ହୋଇଛି । ଆୟୋଜିତ ସ୍ୱଭାବ କବି ଗଂଗାଧର ମେହେରଙ୍କ ଭବ୍ୟ ଜୟନ୍ତୀ ସମାବେଶରେ ବିଧାୟକ ଅଧିରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭୂମିପୂଜନ କରାଇବା ସହ ଭବନ ପାଇଁ ଭିତ୍ତିପ୍ରସ୍ତ ସ୍ଥାପନ କରିଥିଲେ । ଏଥିରେ ସାରସ୍ୱତ ସମିତିର ସଭାପତି ବୈଷ୍ଣବ ମେହେର କର୍ତ୍ତା ରହିଥିବା ବେଳେ ଗାୟତ୍ରୀ ଶକ୍ତିପିଠରେ ବରିଷ୍ଠ କାର୍ଯ୍ୟକର୍ତ୍ତା ପୁର୍ଣ୍ଣଚନ୍ଦ୍ର ମେହେର ପୂଜକ ଦାୟିତ୍ୱ ଗ୍ରହଣ କରିଥିଲେ । ସମିତିର ଆବଶ୍ୟକତାକୁ ଅନୁଭବ କରି ବିଧାୟକ ନିଜେ ଭବନ ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

Leave A Reply

Your email address will not be published.