csstore

ଶିକ୍ଷାଧିକାରୀଙ୍କ ଦ୍ୱାରା ଡ୍ରପ ଆଉଟ ଛାତ୍ରଙ୍କର ଗୃହ ପରିଦର୍ଶନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ନିଶାମଣି ଉଚ୍ଚ ବିଦ୍ୟାଳୟର ଅଧାରୁ ପାଠ ଛାଡିଥିବା ଜଣେ ଛାତ୍ର ଭରତ ମାଝୀ ବିଦ୍ୟାଳୟରେ ଦୀର୍ଘ ଦିନ ଅନୁପସ୍ଥିତ ରହି ଅଧାରୁ ପାଠ ଛାଡି ଦେଇ ଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବରଗଡ଼ ଶ୍ରୀମତୀ ସେବାଶ୍ରୀ ଭୋଇ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲୀପ କୁମାର ମେହେର ପ୍ରମୁଖ ସଂପୃକ୍ତ ଛାତ୍ରଙ୍କ ଘରକୁ ଯାଇ ତାଙ୍କୁ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ବିଭିନ୍ନ ପ୍ରକାରେ ପ୍ରବର୍ତ୍ତାଇ ଥିଲେ । ଛାତ୍ର ଜଣକ ସବୁକଥା ବୁଝି ରାଜ୍ୟ ମୁକ୍ତ ବିଦ୍ୟାଳୟର ଶାଖା ଜର୍ଜ ଉଚ୍ଚ ବିଦ୍ୟାଳୟ, ବରଗଡ଼ଠାରେ ଆସନ୍ତା ସୋମବାର ଦିନ ନାମ ଲେଖାଇବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି ।

jayashree
Leave A Reply

Your email address will not be published.