ଟିଟିଲାଗଡ ଧବଳେଶ୍ୱର ମନ୍ଦିରକୁ ପର୍ଯ୍ୟଟନ ବିଭାଗର ଅଧିକାରୀଙ୍କ ଗସ୍ତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଉପଖଣ୍ଡରେ ଅବସ୍ଥିତ ପୁରାତନ କୀର୍ତ୍ତିରାଜି ଓ ପର୍ଯ୍ୟଟନସ୍ଥଳୀ କୁମୁଡା ପାହାଡ, ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵର ମନ୍ଦିର ଭିତ୍ତିଭୂମିର ଉନ୍ନତିକରଣ ତଥା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନିମନ୍ତେ ପର୍ଯ୍ୟଟନ ବିଭାଗ ତରଫରୁ ଏକ ବିଶେଷଜ୍ଞ ଦଳ ପରିଦର୍ଶନ କରିଛନ୍ତି । ଏହି ବିଶେଷଜ୍ଞ ମନ୍ଦିର ମୁଖଶାଳା, ମନ୍ଦିର ଚତୁପାର୍ଶ୍ୱରେ ରହିଥିବା ଛୋଟ ଛୋଟ ମନ୍ଦିରର ଉନ୍ନତି, ଧବଳେଶ୍ଵର ମନ୍ଦିର ପରିସରରେ ଆୟୁର୍ବେଦ ଔଷଧୀୟ ବଗିଚା ନିର୍ମାଣ, କୁମୁଡା ପାହାଡ ଉପରେ ଥିବା ପୋଖରୀର ସୌନ୍ଦର୍ଯ୍ୟକରଣ, ମନ୍ଦିର ପାଦଦେଶରେ ଥିବା ପୋଖରୀର ଉନ୍ନତିକରଣ, ପ୍ରମୋଦ ଉଦ୍ୟାନ ନିର୍ମାଣ, ସଂଗ୍ରହାଳୟ ନିର୍ମାଣ, ଦୂରଦୁରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ପାନ୍ଥ ନିବାସ ନିର୍ମାଣ ଓ ସୁଲଭ ଶୌଚାଳୟ ନିର୍ମାଣ, ମିଶନ ଶକ୍ତି ତରଫରୁ ଏକ କାଫେ ନିର୍ମାଣ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲା ଭଳି ହେରିଟେଜ ଗ୍ୟାଲେରୀ ନିର୍ମାଣ ପ୍ରଭୃତି ରୂପରେଖା ନିମନ୍ତେ ବାବା ଧବଳେଶ୍ଵର ମନ୍ଦିର ପରିଚାଳନା କମିଟିର ସଭାପତି ଏବଂ ସଦସ୍ୟମାନେ ବିଶେଷଜ୍ଞ ଦଳ ସହ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଏହି ବିଶେଷଜ୍ଞ ଦଳରେ ଥିଲେ ରବୀନ୍ଦ୍ର କୁମାର ଦଳାଇ, ସହକାରୀ ନିର୍ଦ୍ଦେଶକ, ପର୍ଯ୍ୟଟନ ବିଭାଗ, ସତ୍ୟମ ପଲାଇ, ପି.ଏମ୍‌.ୟୁ. ପର୍ଯ୍ୟଟନ ବିଭାଗ, ଭୁବନେଶ୍ଵର, ବିଶ୍ଵଜିତ ମହାରଣା, କନିଷ୍ଠ ଯନ୍ତ୍ରୀ, ଓଟିଡ଼ିସି, ଓଡିଶା ଏବଂ ବାବା ଧବଳେଶ୍ଵର ମନ୍ଦିର କମିଟିର ସଭାପତି ତଥା ଉପଜିଲ୍ଲାପାଳ ଦୟାମୟ ପାଢୀ, ବିପିନ ବିହାରୀ ଦୀପ, ନିର୍ବାହୀ ଅଧିକାରୀ, ପୌରପରିଷଦ, ଟିଟିଲାଗଡ, ଲିଙ୍ଗରାଜ ଭୋଇ, ରେଞ୍ଜ ଅଧିକାରୀ, ବନ ବିଭାଗ, ଟିଟିଲାଗଡ, ରାଜେନ୍ଦ୍ର ନାରାୟଣ ମିଶ୍ର, ଅରୁଣ ମିଶ୍ର, ଅଲେଖ ଦଳବେହେରା, ସଂଜୀବ କୁମାର ପାଢୀ, ମାନସ ରଞ୍ଜନ ମହାନ୍ତି, ଅଶୋକ ତ୍ରିପାଠୀ, ସୀତାରାମ ସାହୁ, ତ୍ରିନାଥ ସରାଫ, ପ୍ରେମଚାନ୍ଦ ଜୈନ, ସୀତାରାମ ସାହୁ, ଧବଳେଶ୍ଵର ଦଳବେହେରା, କମଳାକାନ୍ତ ସାହୁ, ଅଶୋକ ପାଢୀ, ପଙ୍କଜ ଅଗ୍ରୱାଲ, ସୁରେନ୍ଦ୍ର କୁମାର ସାହୁ, ପଞ୍ଚା ପାଢୀ, ସୁନୀଲ କୁମାର ପଣ୍ଡା, ଅରୁଣ ବାଗ, ଭୂପତି ବାରିକ, ଦୁର୍ଯ୍ୟୋଧନ ସାହୁ କର୍ମକର୍ତ୍ତା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.