ବଡ଼ି ବିଲଡିଂ ପ୍ରତିଯୋଗିତାରେ ଆନ୍ତର୍ଜାତୀୟ ସ୍ତରରେ ବ୍ରୋଞ୍ଚ୍ ପଦକ ପାଇଲେ ପ୍ରଭାତ ପଣ୍ଡା

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଜଣେ ଯୁବକ ପ୍ରଭାତ ପଣ୍ଡା ବଡି ବିଲ୍ଡିଂ ପ୍ରତିଯୋଗିତାରେ ଅନ୍ତର୍ଜାତୀୟ ସ୍ତରରେ ବ୍ରୋଞ୍ଚ୍ ପଦକ ପାଇଛନ୍ତି । ଆଜିକାଲିର ଯୁବ ପିଢିରେ ଏକ ପ୍ରେରଣା ପାଲଟିଛନ୍ତି ପ୍ରଭାତ ପଣ୍ଡା । କଠିନ ପରିଶ୍ରମ ଓ ଉଚ୍ଚ ଆଶା ଆଜି ତାଙ୍କୁ ଏହି ସଫଳତା ଦେଇଛି । ଗତକିଛି ଦିନ ତଳେ ଜାତୀୟ ସ୍ତରରେ ଆଇସିଆନ୍, ଚେନ୍ନାଇରେ ବଡ଼ି ବିଲଡିଂ ପ୍ରତିଯୋଗିତାରେ ଅନେକ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ବ୍ରୋଞ୍ଜ୍ ପଦକ ହାସଲ କରିଛନ୍ତି । ଏହି ଖବର ପାଇବା ମାତ୍ରେ ତୁରେକେଲା ଅଞ୍ଚଳରେ ଖୁସିର ମାହୋଲ ଦେଖାଦେଇଛି । ତାଙ୍କ ସାଙ୍ଗ ସାଥୀ ତଥା ତୁରେକେଲାବାସୀ ବହୁ ଆଡ଼ମ୍ବରରେ ବ୍ୟାଣ୍ଡ ବାଜା ବଜାଇ ତାଙ୍କୁ ସ୍ୱାଗତ୍ କରିଛନ୍ତି । ସ୍ଥାନୀୟ ସରପଞ୍ଚ ଜଳନ୍ଧର ମହାକୁଡ଼ଙ୍କ ସମେତ ସାନୁ, ସଞ୍ଜୟ, ବସନ୍ତ ପଣ୍ଡା ତାଙ୍କୁ ଏକ ଶୋଭାଯାତ୍ରା କରି ବ୍ଲକ୍ ଛକରୁ ତାଙ୍କ ବାସଭବନ ପର୍ୟ୍ୟନ୍ତ ନେଇଥିଲେ ।

Leave A Reply

Your email address will not be published.