ଅନୁସୂଚିତ ଜାତି ତାଲିକାରୁ କେଉଁଟ, କୈବର୍ତ୍ତ, ଧୀବରଙ୍କୁ ବାଦ ଦେବାକୁ ଦାବି

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଅନୁସୂଚିତ ଜାତି ତାଲିକାରୁ କେଉଁଟ, କୈବର୍ତ୍ତ ଓ ଧୀବରଙ୍କୁ ବାଦ ଦେବା ପାଇଁ ଆନ୍ଦୋଳନ ଜୋରସୋର ହୋଇଛି । ଏଥିପାଇଁ ଲୋଇସିଂହା ବ୍ଲକ ସମ୍ମୁଖ ୨୬ ନଂ ଜାତୀୟ ରାଜପଥ ପାର୍ଶ୍ବରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ସାମୁହିକ ଭୁକ୍ ହରତାଳ ଆରମ୍ଭ ହୋଇଛି । ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଅନୁସୂଚିତ ଜାତି ତାଲିକାରେ ଥିବା ଗଣ୍ଡା, ଘାସି ଓ ଚମାରଙ୍କୁ ଛୁଆଁ ଅଛୁଆଁ ଭେଦଭାବ ରଖି ଅଣଦେଖା କରାଯିବା ସହିତ କେଉଁଟ, କୈବର୍ତ୍ତ ଧୀବରମାନେ ଅଗ୍ରାଧିକାର ଭିତ୍ତିରେ ସେମାନଙ୍କ ଅଧିକାର ଛଡ଼ାଇ ନେଉଛନ୍ତି । ତେଣୁ କେଉଁଟ, କୈବର୍ତ୍ତ ଓ ଧୀବରମାନଙ୍କୁ ଏହି ଅନୁସୂଚିତ ଜାତି ତାଲିକାରୁ ହଟାଇ ଅସଲି ଲୋକଙ୍କୁ ରାଜନୈତିକ ସଂରକ୍ଷଣ ଦିଆଯାଇ ଅନୁସୂଚିତ ଜାତି ତାଲିକାରେ ରଖିବା ପାଇଁ ଦାବୀ ହୋଇଛି । ଏହି ଭୁକ୍‌ ହରତାଳ କାର୍ଯ୍ୟକ୍ରମରେ ଡିଙ୍ଗର କୁମ୍ଭାର, ଅବସରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ହେମ ସାଗର ନନ୍ଦ, ଅଶୋକ ବାରିକ, ଝସକେତନ ମହାନନ୍ଦ, ରୋହିତ ନନ୍ଦ, ଅଶୋକ ତାଣ୍ଡି, ଧନୀରାମ ସୁନା, ପ୍ରକାଶ ଦୀପ, ଅନନ୍ତ ଶିକା ପ୍ରମୁଖ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.