oom

କଣ୍ଠଶିଳ୍ପୀ ସଙ୍ଗୀତ ନିର୍ଦ୍ଦେଶକ ଜିତୁ କୁମ୍ଭାରଙ୍କ ଅକାଳ‌ ବିୟୋଗରେ ବଲାଙ୍ଗିର ଯୁବ କଳାକାର ମହାସଂଘର ଶୋକ ପ୍ରକାଶ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଜଣାଶୁଣା କଣ୍ଠଶିଳ୍ପୀ ସଙ୍ଗୀତ ନିର୍ଦ୍ଦେଶକ ଜିତୁ କୁମ୍ଭାରଙ୍କ ଅକାଳ‌ ବିୟୋଗରେ ବଲାଙ୍ଗିର ଜିଲ୍ଲାର‌‌‌ କଳାକାର ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି । ସେ ‘ଏକ୍‌ଡା ଏକ୍‌ଡା ରା’, “ଏ ଧନ କେନକେ ଗଲୁ” ଠାରୁ ଆରମ୍ଭ କରି “ଗାଡ଼ି ବାଲା ଆଏଲା ଘରୁ କାଢ଼୍‌ ମଏଲା” ପର୍ଯ୍ୟନ୍ତ ହିଟ୍ ଗୀତ ଗାଇ ମନୋରଞ୍ଜନ ଦେଇ ଆସୁଥିଲେ । ତାଙ୍କର ସୁମଧୁର କଣ୍ଠରେ ଓଡ଼ିଆ ଗୀତ ଜଗତରେ ମଧ୍ୟ ସେ ସୁନାମ ଅର୍ଜନ କରିଥିଲେ । ଆଜି ତାଙ୍କର ବିୟୋଗ ଖବର ଶୁଣି ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବୁର୍ଲା, ବରଗଡ଼ ତଥା ବଲାଙ୍ଗିର ଯୁବ କଳାକାର ମହାସଂଘର କଳାକାରମାନେ ଉପସ୍ଥିତ ରହି ଶୋକ ସନ୍ତପ୍ତ ପରିବାରଙ୍କୁ ସାନ୍ତ୍ଵନା ଦେବା ସହ ପରିବାର ସହିତ ଶ୍ମଶାନକୁ ଯାଇ ଶବ ସତ୍କାରରେ ସାମିଲ ହୋଇ ଅମର ଆତ୍ମାର ସତଗତି ପାଇଁ ପ୍ରାର୍ଥନା କରିଥିଲେ । ଆଜି ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ସମାଜସେବୀ ନିହାଲ ସିଂହ, ହାସ୍ୟ ଅଭିନେତା ବିନ୍ଦୁ ମଲ୍ଲିକ, କଣ୍ଠଶିଳ୍ପୀ ବ୍ୟାସଦେବ ପୁରୋହିତ, ଶାନ୍ତନୁ ବାରିକ, ଗୋପାଳ ପ୍ରଧାନ, ଯୁବ ସଂଗଠକ ବିନୋଦ କାଲସାଏ, ଅଜୟ ନାଗ, ସାଗର କୁମ୍ଭାର, ସୁମେସ ଡାଙ୍ଗଙ୍କ ସମେତ ଅନେକ କଳାକାର, ସଂଗଠକ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.