jayashree

ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମେହେର ଜୟନ୍ତୀ ସହ ରକ୍ଷା ବନ୍ଧନ ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମେହେର ଜୟନ୍ତୀ ସହ ରକ୍ଷା ବନ୍ଧନ ଉତ୍ସବ ବୁଧବାର ପାଳିତ ହୋଇ ଯାଇଛି । ସ୍କୁଲ ପରିସରରେ ଅନୁଷ୍ଠିତ ଏକ ସଭାରେ ଛାତ୍ରୀ ପ୍ରିୟାରାଣୀ, ରୀତା କାରେ, ଆଫ୍ରିନ ବନୋ ଓ ସୁଦ୍ଧାଞ୍ଜଳୀ ଭୋଇ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ । ଛାତ୍ରୀମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ, ଗଙ୍ଗାଧର ମେହେରଙ୍କ ଫୋଟୋ ଚିତ୍ରାଙ୍କନ, ତାଙ୍କ ରଚିତ ସଂଗୀତ ମାନ ଗାନ କରାଯାଇଥିଲା । ବିଜ୍ଞାନ ଶିକ୍ଷୟିତ୍ରୀ ସଙ୍ଗୀତା ସାହୁ ଛାତ୍ରୀ ମାନଙ୍କୁ ଏହି ଦିବସ ଉପରେ ଉଦବୋଧନ ଦେଇଥିବା ବେଳେ ହିନ୍ଦି ଶିକ୍ଷୟିତ୍ରୀ ଉଷା ଦାସ ସ୍ବଭାବ ଗଙ୍ଗାଧର ମେହେର ରଚିତ ମଙ୍ଗଳେ ଅଇଲା ଉଷା …. ଗାନ କରିଥିଲେ । ଏହି ଅବସରରେ ତିନି ଜଣ ଛାତ୍ରୀ ହୀମାନୀ ପ୍ରଧାନ, ରେଖା ନାଗ, ଜୟଶ୍ରୀ ଛତ୍ରିଆ, ସୁମିତ୍ରା ରଣା କବି ଗଙ୍ଗାଧର ମେହେର ବେଶରେ ଆସି ସଭାର ଗୌରବ ବୃଦ୍ଧି କରିଥିଲେ । ପରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ତତ୍ୱାବଧାନରେ ଛାତ୍ରୀମାନେ ଏକ ଶୋଭାଯାତ୍ରାରେ ବିଦ୍ୟାଳୟରୁ ବାହାରି ନିକଟସ୍ଥ ସିଆରପିଏଫ କ୍ୟାମ୍ପକୁ ଯାଇ ଯବାନ ମାନଙ୍କ ଛାତ୍ରୀ ମାନେ ରାଖି ବାନ୍ଦିବା ଥିଲେ । ଏହା ଏକ ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବମୟ ପରିବେଶ ସୃଷ୍ଟି କରିଥିଲା । ନିଜର ଘର ତଥା ପରିବାର ଠାରୁ ବହୁ ଦୂରରେ ଥିବା ଏହି ବୀର ଭାଇ ମାନେ ନିଜ ହାତରେ ରାଖି ସୂତା ବାନ୍ଧାଇ ଅତ୍ୟନ୍ତ ଖୁସି ଅନୁଭବ କରିଥିଲେ । ଏହି ରକ୍ଷାବନ୍ଧନ ଉତ୍ସବରେ ସିଆରପିଏଫ କମାଣ୍ଡର ନନ୍ଦଲାଲ ମୀନା ଛାତ୍ରୀ ମାନଙ୍କୁ ସାହାସୀ ତଥା ଧର୍ୟ୍ୟବାନ ହେବା ଏବଂ ଏକତା ବଜାୟ ରଖିବାକୁ ନେଇ ସୁନ୍ଦର ଅଭିଭାଷଣ ପ୍ରଦାନ କରିଥିଲେ । ଏଠାରେ ସିଆରପିଏଫ ଭାଇ ମାନେ ଛାତ୍ରୀ ମାନଙ୍କ ପାଇଁ ଉପହାର ଏବଂ ଜଳଯୋଗର ମଧ୍ୟ ବ୍ୟବସ୍ଥା କରିଥିଲେ । ସଭାରେ ଶିକ୍ଷୟିତ୍ରୀ ଅନୀତା ପାଣିଗ୍ରାହୀ ଓ ସେବକ ସେଠ ମଞ୍ଚସୀନ ଥିଲେ । ଅନିମା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.