oom

ବଲାଙ୍ଗିର ହିନ୍ଦୁ ସମାଜ ଜାଗରଣ ମଞ୍ଚ ପକ୍ଷରୁ ବୈଠକ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ହିନ୍ଦୁ ସମାଜ ଜାଗରଣ ମଞ୍ଚର ଆବାହକ ଗୋପାଲଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ସ୍ଥାନୀୟ ପିପି ଏକାଡେମୀର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବିଗତ ଦିନରେ ପାଟଣାଗଡ ବ୍ରହ୍ମପୁରା ପର୍ଶୁରାମ ଛକରୁ ଭଗବାନ ପର୍ଶୁରାମଙ୍କ ଫଟୋଚିତ୍ରକୁ ଅପମାନଜନକ ଭାବେ ଅପସାରଣ ଏବଂ ସେଠାରେ ବିଜୁବାବୁଙ୍କ ପ୍ରତିମା ସ୍ଥାପନକୁ ନେଇ ଜିଲ୍ଲା ବ୍ୟାପୀ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାକୁ ନେଇ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ଦ ପାଳନ କରିବା ସହ ବଲାଙ୍ଗିର ଜିଲ୍ଲା ହିନ୍ଦୁ ସମାଜ ଜାଗରଣ ମଞ୍ଚ ତରଫରୁ ସମ୍ପୂର୍ଣ୍ଣ ବଲାଙ୍ଗିର ଜିଲ୍ଲାରେ ବନ୍ଦ ଡାକରା ମଧ୍ୟ ଦିଆଯାଇଥିଲା ।

ଏହି ସ୍ପର୍ଶକାତର ବିଷୟରେ ଜନତାଙ୍କ ବିରୋଧ ଏବଂ ଆକ୍ରୋଶକୁ ଦେଖି ସରକାର ଏବଂ ଜିଲ୍ଲା ପ୍ରଶାସନ ପାଟଣାଗଡର ପ୍ରତିନିଧି ଆଲୋଚନା କରିବା ସହ ଛକର ନାମ ପର୍ଶୁରାମ ଛକ ରଖିବାକୁ ରାଜି ହୋଇଥିଲେ । ଏହାସହ ଛକକୁ ଲାଗିପ୍ରଭୁ ପର୍ଶୁରାମଙ୍କ ଭବ୍ୟ ମନ୍ଦିର ସ୍ଥାପନ କରିବାକୁ ମଧ୍ୟ ଏକମତ ହୋଇଥିଲେ । ଏହାସହ ବିଜୁବାବୁଙ୍କ ପ୍ରତିମାକୁ ଛକର ଅନ୍ୟ ସ୍ଥାନରେ ସ୍ଥାପନ କରିବାକୁ ନିଷ୍ପତ୍ତି ହୋଇଥିଲା ।

ଏହି ପଦକ୍ଷେପକୁ ବଲାଙ୍ଗିର ହିନ୍ଦୁ ସମାଜ ଜାଗରଣ ମଞ୍ଚ ସ୍ୱାଗତ କରିବା ସହ ଜନସାଧାରଣଙ୍କ ସହଯୋଗ ପାଇଁ ଧନ୍ୟବାଦ ଜ୍ଞାପନ କରିଛି ।

ଏହି ବୈଠକରେ ରଞ୍ଜିତା ପାଣିଗ୍ରାହୀ, ବନଶ୍ରୀ ଆଚାର୍ଯ୍ୟ, ଫିରୋଜା ବିବି, ଧନଞ୍ଜୟ ମିଶ୍ର, ନାଗରିକ କମିଟିର ସମ୍ପାଦକ ମନୋରଞ୍ଜନ ସାହୁ, ଶ୍ୟାମ ସୁନ୍ଦର ଦାସ, ବଲାଙ୍ଗିର ଏକ୍ସନ କମିଟି ଉପସଭାପତି ମୁନା ପଟ୍ଟନାୟକ, ଯୁବ ସଭାପତି ବିନୋଦ କାଳସାଏ, ଦିନେଶ ଶର୍ମା, ଶିବଦତ୍ତ ମିଶ୍ର, ସୌମ୍ୟ ମିଶ୍ର, ରାଜେଶ ପ୍ରଧାନ, ଜୁଳୁ ପଟ୍ଟନାୟକ, ଅଙ୍କିତ ସାହୁ, ସୁମେଶ ଡାଙ୍ଗ, ଅଜୟ ନାଗ, ପବିତ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.