ସଡ଼କ ଦୁର୍ଘଟଣା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁହାର ଓଡିଶାରେ କମିଛି

କଟକ : ୨୦୨୨ର ଦ୍ୱିତୀୟ ତ୍ରୈମାସିକ ତୁଳନାରେ ୨୦୨୩ର ଦ୍ୱିତୀୟ ତ୍ରୈମାସିକରେ ସଡକ ଦୁର୍ଘଟଣାରେ ଓଡିଶାରେ କମିଛି । ସଡକ ଦୁର୍ଘଟଣା ୭.୫୬% ହ୍ରାସ ପାଇଥିବା ବେଳେ ମୃତ୍ୟୁହାର ୬.୨୪% ହ୍ରାସ ପାଇଛି ।

ରାଜ୍ୟ ଦ୍ୱିତୀୟ ତ୍ରୈମାସିକରେ ୨୮୯୭ ସଡ଼କ ଦୁର୍ଘଟଣା ରେକର୍ଡ କରିଛି ଯେଉଁଥିରେ ୧୩୯୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପୂର୍ବ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ୩୧୩୪ ଦୁର୍ଘଟଣା ଏବଂ ୧୪୯୦ ମୃତ୍ୟୁ ଘଟିଥିଲା । ସଡକ ଦୁର୍ଘଟଣା ଆଘାତ କ୍ଷେତ୍ରରେ, ଏ ବର୍ଷ ସମୁଦାୟ ୨୫୭୨ ଜଣ ଆହତ ହୋଇଛନ୍ତି ଯାହାକି ୨୦୨୨ରେ ୨୮୭୧ ଜଣ ସଡକ ଦୁର୍ଘଟଣାରେ ଆହତ ହୋଇଥିଲେ ।

ସଡକ ସୁରକ୍ଷା ଯୁଗ୍ମ କମିଶନର ପରିବହନ ପି କେ ମହାନ୍ତି କହିଛନ୍ତି ଯେ, “ଓଡ଼ିଶା ପୋଲିସର ସହଯୋଗରେ ପରିବହନ ବିଭାଗ ପ୍ରତ୍ୟେକ ମଙ୍ଗଳବାର ଦିନ ଟ୍ରାଫିକ ନିୟମ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ଦିବସ ପାଳନ କରୁଛି । ସାରା ରାଜ୍ୟରେ ସଡକ ସୁରକ୍ଷା ନିୟମର କଡାକଡି ଲାଗୁ ହେତୁ ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁହାର ହ୍ରାସ ପାଇଛି । ”

ଏହା ଉଲ୍ଲେଖଯୋଗ୍ୟ ଯେ, ସଡ଼କ ଦୁର୍ଘଟଣାର ମୃତ୍ୟୁକୁ ହ୍ରାସ କରିବା ପାଇଁ ଏକ ସଚେତନତା-କାର୍ଯ୍ୟାନୁଷ୍ଠାନ ଅଭିଯାନର ଏକ ଅଂଶ ଭାବରେ ଏପ୍ରିଲ ୧ରୁ ୭ ପର୍ଯ୍ୟନ୍ତ ‘ଜିରୋ ଫ୍ୟାଟିଲିଟି ସପ୍ତାହ’ ପାଳନ କରାଯାଇଥିଲା । ଗତ ବର୍ଷର ସମାନ ସମୟ ତୁଳନାରେ ଜିରୋ ଫ୍ୟାଟିଲିଟି ସପ୍ତାହରେ ଦୁର୍ଘଟଣାରେ ୩୩.୧୫% ହ୍ରାସ ଏବଂ ମୃତ୍ୟୁ ହାରରେ ୧୫% ହ୍ରାସ ଘଟିଛି ।

ଶ୍ରୀ ମହାନ୍ତି ଆହୁରି କହିଛନ୍ତି, ଜନସାଧାରଣଙ୍କୁ ସଚେତନ କରିବା ହେଉଛି “ସଡ଼କ ସୁରକ୍ଷା କ୍ଷେତ୍ରରେ ସମସ୍ତେ ଯୋଗଦାନ ଦେଲେ ଦୁର୍ଘଟଣା ନିଶ୍ଚିତ ଭାବେ ହ୍ରାସ ପାଇବ ।”

4Es- ରାସ୍ତାକୁ ସୁରକ୍ଷିତ କରିବା ପାଇଁ ଓଡିଶା ଏକ ଚାରି ଗୁଣ ରଣନୀତି ଆପଣେଇଛି ଯାହା ହେଉଛି କାର୍ଯ୍ୟକାରୀ(Enforcement), ଶିକ୍ଷା(Education), ସଡକ ଇଞ୍ଜିନିୟରିଂରେ (Engineering) ଉନ୍ନତି ଏବଂ ଜରୁରୀକାଳୀନ ଚିକିତ୍ସା(Emergency Care) ମାଧ୍ୟମରେ ।

Leave A Reply

Your email address will not be published.

error: Content is protected !!