csstore

ଗଞ୍ଜାମ ଜିଲ୍ଲାର ୯ଟି ବସଷ୍ଟାଣ୍ଡର ଭିତ୍ତି ପ୍ରସ୍ତର ସ୍ଥାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ୨୬ଟି ଜିଲ୍ଲାର ୧୨୪ଟି ବସ୍‌ଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି । ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୯ଟି ବସ୍‌ଷ୍ଟାଣ୍ଡ ଯଥା- ଗଞ୍ଜାମ, କବିସୂର୍ଯ୍ୟନଗର, ସାନଖେମୁଣ୍ଡି, ଖଲ୍ଲିକୋଟ, ଧରାକୋଟ, ଜଗନ୍ନାଥ ପ୍ରସାଦ, ସୋରଡା, ପୁରୁଷୋତ୍ତମପୁର ଏବଂ ପୋଲସରା ବସଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ବୁଧବାର ସନ୍ଧ୍ୟା ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଆଭାସୀ ମାଧ୍ୟମରେ ହୋଇଥିଲା । ଯାହାକି ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସ୍ୱାନ୍ ହଲ୍‌ରେ ପ୍ରସ୍ତୁତ ଓ ବ୍ୟବସ୍ଥିତ ହୋଇଥିବା ଆମ ବସଷ୍ଟାଣ୍ଡର ଦ୍ୱିତୀୟ ପର୍ଯ୍ୟାୟରେ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏହି ଆନୁଷ୍ଠାନିକ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ଆସ୍କା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣୀ ବୈଦ୍ୟ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଗଞ୍ଜାମ ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ, ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରାୟ, ଏମ୍.ଭି.ଆଇ. ରବିନ୍ଦ୍ର ନାଥ ଜେନା ଓ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଜନସାଧାରଣଙ୍କ ନିମନ୍ତେ ଉଦ୍ଧିଷ୍ଟ ଗମନାଗମନର ସୁବିଧା ତଥା ପରିବହନ କ୍ଷେତ୍ରରେ ସୁଧାର ଆଣିବା ନିମନ୍ତେ ଆମ ବସଷ୍ଟାଣ୍ଡ ନିର୍ମାଣ କରାଯାଉଛି । ଆଦର୍ଶ ବସଷ୍ଟାଣ୍ଡ ଦ୍ୱାରା ସାଧାରଣ ଲୋକଙ୍କର ଗମନାଗମନର ସୁବିଧା, ଦୂରସ୍ଥାନ ସହ ଯୋଗାଯୋଗ କରିବାପାଇଁ ଏହା ଏକ ପ୍ରକୃତ ମାଧ୍ୟମ ଅଟେ । ଏଥିରେ ଅନେକ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଏହାଦ୍ବାରା ଗଞ୍ଜାମ ଜିଲ୍ଲାର ଜନସାଧାରଣ ବିଶେଷ ଭାବେ ଉପକୃତ ହୋଇ ପାରିବେ ବୋଲି କୁହାଯାଇଛି ।

jayashree
Leave A Reply

Your email address will not be published.