oom

ପିସି ଏଣ୍ଡ ପିଏନ୍‌ଡିଟି ଉପଦେଷ୍ଟା କମିଟି ବୈଠକ

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ସ୍ଥିତ ମିନି ସମ୍ମିଳନୀ କକ୍ଷରେ ପିସି ଏଣ୍ଡ ପିଏନ୍‌ଡିଟି ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ଅଧୀନରେ ଅତି କମ୍‌ ସଂଖ୍ୟକ ଗର୍ଭବତୀ ମାଫଙ୍କ ଅଲଟ୍ରା ସାଉଣ୍ଡ ପରୀକ୍ଷା ହେଉଥିବାରୁ ଅଧ୍ୟକ୍ଷ ଉଦ୍‌ବେଗ ପ୍ରକାଶ କରିବା ସହ ଏହାକୁ ବୃଦ୍ଧି କରିବାକୁ ସମ୍ପୃକ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଜିଲ୍ଲାରେ କନ୍ୟା ଶିଶୁ ଜନ୍ମହାର କମ୍‌ ରହୁଥିବାରୁ ଏହାର କାରଣ ଓ ନିରାକରଣ ନିମନ୍ତେ ଏକ ନିୟମିତ ଯାଞ୍ଚ କମିଟି ଗଠନ କରିବାକୁ ପରାମର୍ଶ ଦେଇଛନ୍ତି । ବିଭାଗୀୟ କାର୍ଯ୍ୟକ୍ରମର ସୁଫଳ ଯେପରି ସମସ୍ତ ହିତାଧିକାରୀଙ୍କ ପାଖରେ ସହଜ ଉପଲବ୍ଧ ହୋଇପାରିବ ସେଥି ନିମନ୍ତେ ଆବଶ୍ୟକ ପ୍ରଚାର ପ୍ରସାର ପାଇଁ ଜିଲ୍ଲାର ସମସ୍ତ ପଞ୍ଜିକୃତ ଅଲଟ୍ରା ସାଉଣ୍ଡ କେନ୍ଦ୍ର ସତ୍ୱାଧିକାରୀ ପ୍ରମୁଖ ଅନ୍ୟୁନ ୨ଟି ଲେଖାଏଁ ପ୍ରାଚୀର ବିଜ୍ଞାପନ ପ୍ରଦାନକୁ ସୁନିଶ୍ଚିତ କରିବାକୁ ବୈଠକରେ ଆଲୋଚନା ହୋଇଥିଲା । ବୈଠକ ପ୍ରାରମ୍ଭରେ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ ଦୈତ୍ୟନାରାୟଣ ପାଢ଼ୀ ସ୍ୱାଗତ ସମ୍ଭାଷଣ କରିବା ସହ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏଲ୍‌ଏ ଆଇ୍‌ଏସ୍‌ ଶୋଭନା ଦାଶ ଗତ ବୈଠକର ନିଷ୍ପତିର କାର୍ଯ୍ୟକାରିତା ସମ୍ପର୍କରେ ଅବଗତ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏଡିପିସିଏଚ୍‌ ଡ଼ ରମେଶ ଚନ୍ଦ୍ର ସ୍ୱାଇଁ,
ଡିପିଏଚ୍‌ଓ ଡ଼ ଦୁର୍ଗାଦତ୍ତ ଦାଶ, ଡିପିଏଚଓ ମନୋଜ କୁମାର ଅଦାବର, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ଼ ପ୍ରକାଶ କୁମାର ଦଣ୍ଡସେନା, ଡ. ଦିଲୀପ କୁମାର ପୁରୋହିତ, ଡ. ପଦ୍ମହଂସା ଦୋରା ସାମ୍ବାଦିକ ସ୍ୱାଧୀନ କୁମାର ମେହେର, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଅତିରିକ୍ତ ସରକାରୀ ଓକିଲ ଅଟଳ ବିହାରୀ ମହାପାତ୍ର, ଡିଏସ୍‌ଡବ୍ଲୁଓ ଅନିତା ଗୁରୁ, ଆଇନ ପରାମର୍ଶଦାତା ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ କେଶବ ଚନ୍ଦ୍ର ମେହେର, ଡିପିଏମ୍‌ ବିଶ୍ୱମ୍ବର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.