ଜିଲ୍ଲାର ସାମଗ୍ରିକ ବିକାଶ ପ୍ରସଙ୍ଗକୁ ନେଇ ୧୧ ଦଫା ଦାବୀରେ ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ମହାସମ୍ମିଳନୀ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବିକାଶ ପ୍ରସଙ୍ଗକୁ ନେଇ ୧୧ ଦଫା ଦାବୀରେ ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ଆଜି ରାଉରକେଲା ଭଞ୍ଜଭବନ ପ୍ରେକ୍ଷାଳୟରେ ମହାସମ୍ମିଳନୀ ବରିଷ୍ଠ ସାହିତ୍ୟିକ ଓ ସ୍ତମ୍ଭକାର ଭୂପେନ ମହାପାତ୍ର, ଐତିହାସିକ ଡଃ ପ୍ରଭାତ ମଲ୍ଲିକ ଓ ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମିଳନୀରେ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ସଂଗଠନ, ଯୁବଛାତ୍ର, ଶ୍ରମିକ, କୃଷକ, କର୍ମଚାରୀ, ମହିଳା, କବି, ସାହିତ୍ୟିକ, ଲେଖକ, ନାଟ୍ୟକାର, ବୁଦ୍ଧିଜୀବୀ, ସାମାଜିକ କର୍ମୀ ସାମିଲ ହୋଇଥିଲେ । ଆଜିର ଏହି ମହାସମ୍ମିଳନୀରେ ରଘୁନାଥପାଲିର ବିଧାୟକ ସୁବ୍ରତ ତରାଇ, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଯୋଗଦେଇ ନାଗରିକ ସୁରକ୍ଷା କମିଟିର ସମସ୍ତ ଦାବୀକୁ ସମର୍ଥନ ଘୋଷଣା କରିଥିବା ବେଳେ ଆଗାମୀ ଦିନରେ ଯେଉଁ କାର୍ଯ୍ୟକ୍ରମ ନାଗରିକ ସୁରକ୍ଷା କମିଟି ଗ୍ରହଣ କରିବ ସେଥିରେ ସାମିଲ ହେବାକୁ ପ୍ରତିଶ୍ରୁତି ଦେଇଥିଲେ । ରାଉରକେଲା ବିଧାୟକ ତଥା ରାଜ୍ୟ ଶ୍ରମ ଓ ଇଏସ୍‌ଆଇ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଅନ୍ୟ କାର୍ଯ୍ୟକ୍ରମରେ ବ୍ୟସ୍ତତା ସତ୍ତ୍ୱେ ନାଗରିକ ସୁରକ୍ଷା କମିଟିର ସମସ୍ତ ଦାବୀକୁ ସମର୍ଥନ ଘୋଷଣା କରିବା ସହ ତାଙ୍କର ସମର୍ଥନର ବାର୍ତ୍ତା ପଠାଇଥିଲେ । ଏହି ମହାସମ୍ମିଳନୀରେ ନାଗରିକ ସୁରକ୍ଷା କମିଟିର ପ୍ରମୁଖ ସଦସ୍ୟ ବିଷ୍ଣୁ ମହାନ୍ତି, ସଂଜୀବ ମହାନ୍ତି, ଅଭୟ ଦାସ, ହରିହର ରାଉତରାୟ, ଗଣେଶ ପ୍ରଧାନ, ବ୍ରଜେନ୍ଦ୍ର ଦାସ, ଡଃ ଉତ୍ତମ ଜେନା ପ୍ରମୁଖ ବକ୍ତବ୍ୟ ରଖି ନାଗରିକ ସୁରକ୍ଷା କମିଟି ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଧରି ଲଗାତର ଭାବେ ୧୧ ଦଫା ଦାବୀରେ ଆନ୍ଦୋଳନ ଜାରି ରଖିଥିବା ବେଳେ ଆଗାମୀ ଦିନରେ ଜନ ଆନ୍ଦୋଳନକୁ ତୀବ୍ର କରିବାକୁ ଆହ୍ୱାନ କରିଥିଲେ । ଆଜିର ମହା କନଭେନସନରେ ବିଭିନ୍ନ ରାଜନୈତିକ ଦଳ, ଟ୍ରେଡ ୟୁନିୟନ, ମହିଳା, ଯୁବ ଛାତ୍ର ସଂଗଠନ, ସାହିତ୍ୟ ଓ ସାମାଜିକ ସାଂସ୍କୃତିକ ସଂଗଠନ, ରାଉରକେଲା ବଣିକ ସଂଘ, ରାଉରକେଲା ଓକିଲ ସଂଘର ନେତୃତ୍ୱ ସମେତ ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା ସୁଶୀଳା ମୁଣ୍ଡାଙ୍କ ସମେତ ବିଜେଡି ନେତା ଆନନ୍ଦ ମହାନ୍ତି, ଆର୍ତ୍ତ ମହାରଣା, ସିପିଆଇ ଏମ୍ ସଂପାଦକ ପ୍ରମୋଦ ସାମଲ, ସି ପି ଆଇ ସଂପାଦକ ସଦାନନ୍ଦ ସାହୁ, ଯୁବ କଂଗ୍ରେସ ସଭାପତି ଜ୍ଞାନେନ୍ଦ୍ର ଦାସ, ଏସ୍‌ୟୁସି ଆଇ ରାଜ୍ୟ ସଂପାଦିକା ଛବି ମହାନ୍ତି, ଆପ୍ ନେତା ଭରତ ବାଇ, ମହିଳା ବିଜେଡି ନେତ୍ରୀ ଛବି ମହାନ୍ତି, ଜ୍ୟୋସ୍ନା ନାୟକ, ମହିଳା କଂଗ୍ରେସ ନେତ୍ରୀ ଲତା ନାୟକ, ଗଣତାନ୍ତ୍ରିକ ମହିଳା ନେତ୍ରୀ ସାଲୋମୀ ମିଞ୍ଜ, ସାମାଜିକ କର୍ମୀ ପୁଷ୍ପା ଲେଙ୍କା, ରାଉରକେଲା ଚାମ୍ବର ଅଫ କମର୍ସ ସଭାପତି ସୁନିଲ୍ କାୟଲ, ରାଉରକେଲା ଓକିଲ ସଂଘ ଉପସଭାପତି ଏମ୍ ମାଲେଶ୍ଵରମ, ପୂର୍ବତନ ସଭାପତି ସୁରେଶ ମାଝୀ, ସିଆଇଟିୟୁ ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି, ବସନ୍ତ ନାୟକ, ଶ୍ରୀମନ୍ତ ବେହେରା, ଏଚ୍‌ଏମ୍‌ଏସ୍‌ ଉପସଭାପତି ପ୍ରମୋଦ ଦାସ, ଖଗେନ୍ଦ୍ର ବେହେରା, ଏଆଇଟିୟୁସି ନେତା ରମେଶ ସେଠୀ, ଏଆଇୟୁଟିୟୁସି ନେତା ସତ୍ୟପ୍ରିୟ ମହାନ୍ତି, ଅଜିତ ନାୟକ, ଏଆଇସିସିଟିୟୁ ସାଧାରଣ ସମ୍ପାଦକ ନିତ୍ୟ କିଶୋର ମହାନ୍ତି, ଜିଏମ୍‌ଏମ୍ ନେତା ଗୋପାଳ ଦାସ, ସାମାଜିକ କର୍ମୀ ପ୍ରଶାନ୍ତ ସେଠୀ, ପ୍ରଭାତ ମହାନ୍ତି, ସାହିତ୍ୟିକ ରାଜୀବ ପାଣି, ସୁକାନ୍ତ ଖୁଣ୍ଟିଆ, ଅନୁପମ ରାୟ, ଡ ସୁମନ ଦତ୍ତ, ଡ ପିତବାସ ମିଶ୍ର, ଅମୂଲ୍ୟ ଚରଣ ବରାଳ, କୃଷକ ସଭାନେତା ସୁରେନ୍ଦ୍ର ଦାଶ, ଡାକ କର୍ମଚାରୀ ନେତା ତ୍ରିଲୋଚନ ପରିଡ଼ା, ଏସ୍‌ଏଫ୍‌ଆଇ ନେତ୍ରୀ ମୁକ୍ତା ଦାଶ ପ୍ରମୁଖ ବକ୍ତବ୍ୟ ରଖି ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବାକୁ ପ୍ରସ୍ତାବ ରଖିଥିଲେ । ଜିଲ୍ଲାର ବିକାଶ ପ୍ରସଙ୍ଗରେ ନାଗରିକ ସୁରକ୍ଷା କମିଟି ଉତ୍‌ଥାପନ କରିଥିବା ୧୧ ଦଫା ଦାବୀ ଯଥା ରାଉରକେଲା ସୁପର ସ୍ପେସାଲିଟି ହସ୍ପିଟାଲକୁ ଏମ୍ସ ଦ୍ୱାରା ପରିଚାଳନା କରିବା, ତାଳଚେର ବିମଳାଗଡ ରେଳପଥ ନିର୍ମାଣ ତୁରନ୍ତ ସଂପୂର୍ଣ୍ଣ କରିବା, ରାଉରକେଲାକୁ ରେଳ ଡିଭିଜନ ଘୋଷଣା କରିବା, ରାଉରକେଲାରେ ସାଧାରଣ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରିବା, ରାଉରକେଲା ବିମାନ ବନ୍ଦରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ସଫ୍ଟୱେର ପାର୍କ ପ୍ରତିଷ୍ଠା, ବାସଚ୍ୟୁତଙ୍କ ପୁନଃ ଥଇଥାନ ଓ କ୍ଷତିପୂରଣ ପ୍ରଦାନ, ସୁନ୍ଦରଗଡ଼ ଜିଲ୍ଲାରେ ଏମ୍‌ଏସ୍‌ଏମ୍‌ଇର ବିକାଶ, ଆର୍‌ଏସପିର ଆଧୁନିକିକରଣ ଓ ସଂପ୍ରସାରଣ, ରାଉରକେଲାଠାରେ ଇଏସ୍‌ଆଇସି ମେଡିକାଲ କଲେଜ ପ୍ରତିଷ୍ଠା, ଜିଲ୍ଲାର ସଦର ମହକୁମାକୁ ରେଳପଥ ସଂଯୋଗ ସହ ନୂତନ ରେଳପଥ ନିର୍ମାଣ ଓ ଜିଲ୍ଲାର ବିଭିନ୍ନ ରେଳଷ୍ଟେସନ ଗୁଡ଼ିକର ଉନ୍ନତିକରଣ ପ୍ରଭୃତି ଦାବୀରେ ଆନ୍ଦୋଳନକୁ ଆଗାମୀ ଦିନରେ ବ୍ୟାପକ କରିବା ସହ ସୁନ୍ଦରଗଡ ଜିଲ୍ଲାର ସାଂସଦ ଓ ବିଧାୟକମାନଙ୍କ ସହଯୋଗରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ, ପ୍ରଧାନମନ୍ତ୍ରୀ, କେନ୍ଦ୍ର ରେଳମନ୍ତ୍ରୀ, ଶିକ୍ଷାମନ୍ତ୍ରୀଙ୍କ ସାକ୍ଷାତ କରି ଦାବୀ ପୂରଣ ଦିଗରେ ଦାବୀ ଉପସ୍ଥାପନ କରାଯିବ । ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ କଲେ ଜିଲ୍ଲା ବ୍ୟାପୀ ବୃହତ୍ତର ଆନ୍ଦୋଳନ କରିବାକୁ ଆଜିର ମହାସମ୍ମିଳନୀରେ ପ୍ରସ୍ତାବ ଗୃହୀତ କରାଯାଇଛି । ନାଗରିକ ସୁରକ୍ଷା କମିଟିର ଆଇନଜୀବୀ ରାଜ କିଶୋର ପ୍ରଧାନ ଶେଷରେ ମହାସମ୍ମିଳନୀରେ ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

error: Content is protected !!