ସାବନ ହରିୟାଲି ତିଜ ମହୋତ୍ସବ ଧୁମଧାମରେ ପାଳିତ

ଟିଟିଲାଗଡ, (ସଂଜୟ କୁମାର ନାୟକ) : ଟିଟିଲାଗଡ ଶକ୍ତିଧାମ ରାଣୀସତୀ ମନ୍ଦିରରେ ସାବନ ହରିୟାଲି ତିଜ ମହୋତ୍ସବ ଧୁମଧାମରେ ପାଳିତ ହୋଇଯାଇଛି । ଗତ ବୁଧବାର ୧୬ ଅଗଷ୍ଟରେ ଏହି ଅବସରରେ ରାଜସ୍ଥାନୀ ମାରୱାଡି ସମାଜର ମହିଳା ମାନେ ବହୁତ ହର୍ଷଉଲ୍ଲାସରେ ମଣି ଦୋଳି ଝୁଲିଥିଲେ । ରାଜସ୍ଥାନୀ ବେଶଭୂଷା ସହିତ ରାଜସ୍ଥାନୀ ଚାଟ, ପକୋଡ଼ି ଓ ଜାଲେବିର ଭୋଗ କରି ସମସ୍ତେ ପ୍ରସାଦ ସେବନ କରିଥିଲେ । ରାଜସ୍ଥାନର ପରମ୍ପରାକୁ ନୂଆବୋହୂ, ଝିଅ ସମସ୍ତେ ଭୁଲି ଯାଇଥିବା ସଂସ୍କୃତିକୁ ଟିଟିଲାଗଡ ରାଣୀସତୀ ମନ୍ଦିରରେ ମନେପକାଇ ବଞ୍ଚାଇ ରଖିଛନ୍ତି । ଆଜିକାର ନୂତନ ଯୁଗରେ ବି ଏହି ପରମ୍ପରା ଚାଲିଆସିଛି, ଜନସାଧାରଣଙ୍କୁ ଉତ୍ସାହିତ କରିଛି ।

Leave A Reply

Your email address will not be published.