jsm

ଜାତୀୟ ଦିବସକୁ ଅସମ୍ମାନ ଘଟଣା : ବିକାଶ ସାଙ୍କ ନେତୃତ୍ୱରେ ବଲାଙ୍ଗିର ଟାଉନ ଥାନାରେ ମାମଲା ଦାୟର କଲା କୋଶଲ ମୁକ୍ତି ମୋର୍ଚ୍ଚା

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ବଲାଙ୍ଗିର ତରଫରୁ ବିକାଶ ସାଙ୍କ ନେତୃତ୍ୱରେ ଜନାର୍ଦ୍ଧନ ସିଂହ, ସିପୁନ ଖମାରି, ଜିତୁ ନାଏକ, ରାଜୁ ବାରିକ, ଲିକୁନ ପ୍ରଧାନ, ପ୍ରଜ୍ଜଳ ପାଣିଗ୍ରାହୀ, ହେମନ୍ତ ସେଠ, ଧୁମାଭଟା ବିଣାପାଣୀ କଲେଜ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ମାମଲା ଦାୟର କରିଛି । ସୂଚନା ମୁତାବକ ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି । ସେହିଦିନ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ଧୁମାଭଟା ସ୍ଥିତ ବିଣାପାଣୀ ଡିଗ୍ରୀ ମହାବିଦ୍ୟାଳୟରେ ମଧ୍ୟ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । କିନ୍ତୁ ଦୁଃଖର ବିଷୟ ପତାକା ଉତ୍ତୋଳନ ସମୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦେବାର୍ଚ୍ଚନ ନାଗଙ୍କ ଅଧ୍ୟକ୍ଷତାରେ ଅଧ୍ୟାପକ ଅରୁଣ ବୁଡେକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେଉଥିବା ପତାକା ଉତ୍ତୋଳନ ସମୟରେ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଭାରତୀୟ ସମ୍ବିଧାନକୁ ଅବମାନନା କରି ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିଚାରଣ, ଜୟଗାନ ଓ ଜାତୀୟ ସଂଗୀତ ଗାନ କରିବା ପରିବର୍ତ୍ତେ ଫ୍ଲେଗ କୋର୍ଡ ନିୟମକୁ ଉଲ୍ଲଙ୍ଘନ କରି ଗଣେଷ ପିତା ପାର କରେଗା, ପାର୍ବତୀପତି ପାର କରେଗା, ଗଣେଷ ଫାଦର ପାର କରେଗା, ପାର୍ବତୀ ହଜବେଣ୍ଡ୍‌ ପାର କରେଗା ନାରା ଦେଇ ଭାରତ ମାତାଙ୍କୁ ଭାରତର ୧୪୦ କୋଟି ଜନସାଧାରଣଙ୍କୁ ନିନ୍ଦିତ ଅପମାନିତ କରାଯାଇଛି । ସେ ସମୟର ଭିଡିଓ ସୋସିଅଲ ମିଡିଆରେ ଘୁରି ବୁଲୁଛି । ଏଣୁ ଏହି ନିନ୍ଦିତ ଘଟଣା ସମ୍ପର୍କରେ ତଦନ୍ତ କରି ଅଧ୍ୟକ୍ଷ, ଅଧ୍ୟାପକଙ୍କୁ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛି କେଏମ୍‌ଏମ୍‌ ।

yuvodaya
Leave A Reply

Your email address will not be published.