ଚାରା ରୋପଣ ସହ ଜନସଚେତନତା ସୃଷ୍ଟି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗକୁ ସବୁଜ ସୁନ୍ଦର କରିବା, ବିଶ୍ୱ ତାପୟନରୁ ମୁକ୍ତି, ଅନିୟମିତ ଋତୁଚକ୍ର ରୋକିବା, ପରିବେଶକୁ ସୁରକ୍ଷା ଆଦି ସ୍ଲୋଗାନ ଦେଇ ଅଗଷ୍ଟ ୧୦ ତାରିଖ ଭାରତର ଚତୁର୍ଥ ରାଷ୍ଟ୍ରପତି ଭି. ଭି. ଗିରି ଓ ଓଡିଶୀ କଣ୍ଠଶିଳ୍ପୀ ରଘୁନାଥ ପାଣିଗ୍ରାହୀଙ୍କ ପୁଣ୍ୟ ଜନ୍ମତିଥିରେ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବୋଳକଣା, ଡେଲାଙ୍ଗ, ପୂରୀରେ ଚାରା ରୋପଣ କରାଯାଇ ଜନସଚେତନତା ସୃଷ୍ଟି କରାଯାଇଛି । ଉକ୍ତ ଚାରା ରୋପଣ କାର୍ୟ୍ୟକ୍ରମରେ ଗୁଆଳିପଡା ଗ୍ରାମ ପଂଚାୟତ ସରପଞ୍ଚଙ୍କ ପ୍ରତିନିଧି ହରେକୃଷ୍ଣ ସ୍ୱାଇଁ,ନାଏବ ସରପଞ୍ଚ ବବିତା ପ୍ରଧାନ, ଗ୍ରାମ ରୋଜଗାର ସେବକ ରାଜେନ୍ଦ୍ର କୁମାର ବିଶ୍ୱାଳ, ସ୍ୱରାଜ୍ୟ ପ୍ରଧାନ, କୁଳମଣି ପ୍ରଧାନ, ଗୋପାଳ ଚନ୍ଦ୍ର ଛାଟୋଇ, ସବୁଜ ଡେଲାଙ୍ଗ ଆବାହକ ତଥା “ଗଛ ହସିଲେ ଜଗତ ହସେ ‘ପୁସ୍ତକର ସ୍ରଷ୍ଟା ପ୍ରକୃତି ମିତ୍ର ଆଇନଜୀବୀ ହୃଷୀକେଶ ପାଢ଼ୀ ପ୍ରମୁଖ ଅଂଶଗ୍ରହଣ କରି କୃଷ୍ଣଚୁଡା, ଜାମୁ, ବାଦାମ, ନିମ୍ବ, ଆଦି ଚାରା ରୋପଣ କରିଥିଲେ । ଏହି ଅବସରରେ ପରିବେଶ ସୁରକ୍ଷା ତଥା ଗଛର ଆବଶ୍ୟକତା ବିଷୟରେ ସମ୍ୟକ ଅବତାରଣା କରିବା ସହ ଶ୍ରୀ ପାଢ଼ୀ ନିଜ ରଚିତ ଏକ କବିତା “ଗଛ ଲଗାଇବା ଜାତି କି ଜାତି ‘ଆବୃତ୍ତି କରି ଉପସ୍ଥିତ ଜନତାଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ ।

Leave A Reply

Your email address will not be published.