jayashree

ଇଷ୍ଟଜୋନ୍‌ ଚମ୍ପିଆନସିପ୍‌ ପାଇଁ ଓଡିଶା ଦଳ ଚୟନ ସରିଲା

  • ବଲାଙ୍ଗିରରୁ କଲିକତା ଅଭିମୁଖେ କଲେ ଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପି.ଆର. ହାଇସ୍କୁଲ ଇନ୍‌ଡୋର ବ୍ୟାଡମିଣ୍ଟନ୍‌ ଷ୍ଟାଡିୟମଠାରେ ଇଷ୍ଟଜୋନ୍‌ ଚମ୍ପିଆନସିପ୍‌ ପାଇଁ ଓଡିଶା ଦଳ ଚୟନ ଶିବିର ଉଦ୍‌ଯାପିତ ହୋଇଛି । ଏହି ଶିବିରରେ ୧୯ ବର୍ଷରୁ କମ୍‌ ବାଳକ ଓ ବାଳିକା ଏବଂ ବରିଷ୍ଠ ପୁରୁଷ ଓ ମହିଳା ବର୍ଗର ସମସ୍ତ ଶୀର୍ଷ ମାନ୍ୟତାପ୍ରାପ୍ତ ଖେଳାଳୀଙ୍କ ମଧ୍ୟରେ ଲିଗ୍‌ ଖେଳ ହୋଇ ଚୂଡାନ୍ତ ଦଳ ଚୟନ କରାଯାଇଥିଲା । କଲିକତାରେ ହେବାକୁ ଥିବା ପ୍ରତିଯୋଗିତା ପାଇଁ ଦଳ ଆଜି ସମଲେଶ୍ୱରୀ ଏକ୍ସପ୍ରେସ୍‌ରେ ବଲାଙ୍ଗିରରୁ କଲିକତା ଅଭିମୁଖେ ଯାତ୍ରା କରିଛନ୍ତି । ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘର ଚୟନ କମିଟି ଆବାହକ ତଥା ରାଜ୍ୟ ସମ୍ପାଦକ ନିଲୀନ କୁମାରଙ୍କ ଆବାହକତ୍ତ୍ୱରେ ଚୟନ କମିଟି ସଦସ୍ୟ କମଳ ଦାସ, ପ୍ରଦୀପ ପଟ୍ଟନାୟକ, ବିଜୟ ବାଗ, ସୁରୁଲାଲ ମଟାରୀ ପ୍ରମୁଖ ଶିବିରରେ ଯୋଗଦେଇଥିôବା ଖେଳାଳୀଙ୍କ ଶାରୀରିକ ଦକ୍ଷତା, କ୍ରୀଡା କୌଶଳ ତଥା ପୂର୍ବାଞ୍ଚଳ ପ୍ରତିଯୋଗିତା ପାଇଁ ଋଣନୀତି ଉପରେ ଆଲୋଚନା, ପର୍ଯ୍ୟାଲୋଚନା କରି ଖେଳାଳୀ ତାଲିକା ଚୂଡାନ୍ତ କରିଥିଲେ । ପରେ ଜିଲା ସଭାପତି ଗୋପଳ ଚନ୍ଦ୍ର ପଣ୍ଡା, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ପାଟଣାଗଡ ଡେଭେଲପ୍‌ମେଣ୍ଟ କମିଟି ସଭାପତି ସୁଶାନ୍ତ ମହାନ୍ତି, ଉପଦେଷ୍ଟା ବୀରେନ୍ଦ୍ର ମିଶ୍ରଙ୍କ ଉପସ୍ଥିତିରେ ରାଜ୍ୟ ସମ୍ପାଦକ ନିଲୀନ କୁମାର ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗର ନାମ ଘୋଷଣା କରିଥିଲେ । କନିଷ୍ଠ ବର୍ଗ ଦଳରେ ତହସିଫ ଖାନ୍‌, ଅମୟ କୁମାର ନାଏକ, ଭବିଷ୍ୟ କୁମାର ସିଂ, ଅର୍ପିତ ପଣ୍ଡା, କ୍ରିଷ୍ଣା ସାୱାଡିଆ, ଆର୍ଯ୍ୟା ମାଝି, ହର୍ଷିତା ରାଉତ୍‌, ବିଶାଖା ଟପୋ, ପ୍ରଗତି ପରିଡା, ସୁଇଟିପ୍ରିୟା ପଧାନ, ଅଶ୍ୱିକା ମିଶ୍ର, ଶ୍ରେୟା ବିଶ୍ୱାଳ, ବରିଷ୍ଠ ବର୍ଗରେ ଆୟୁଷ ଦାସ, ପାରସ ମାଥୁର, ଅଭିଜିତ ମହାରଣା, ଅମ୍ଳାନ କେଶରୀ ଗଡନାୟକ, ତନ୍ମୟ ଜେନା, ଅମ୍ରିତ ମହାନ୍ତି, ଅନିର୍ବାନ ମଣ୍ଡଳ, ସୁମନ୍ତ ମହନ୍ତ, ହର୍ଷିତା ରାଉତ, ଶ୍ରୁତି ସ୍ୱାଇଁ, ବିଶାଖା ଟପୋ, ପ୍ରଗତି ପରିଡା, ପୂର୍ବାପ୍ରତ୍ୟାଶା ପଣ୍ଡା, ଶ୍ରେୟା ବିଶ୍ୱାଲ ଚୂଡାନ୍ତ ଦଳରେ ସ୍ଥାନ ପାଇଛନ୍ତି । ଦଳରେ ମୁଖ୍ୟ କୋଚ୍‌ ଭାବେ ରାଜ୍ୟ ବ୍ୟାଡମିଣ୍ଟନ ସଂଘର କମଳ ଦାସ, ଅଜିତ ମହାନ୍ତି, ଦଳର ପ୍ରବନ୍ଧକ ଭାବେ ପ୍ରଦୀପ ପଟ୍ଟନାୟକ, ସହପ୍ରବନ୍ଧକ ଦୀପକ ରଞ୍ଜନ ମହାନ୍ତି ଦଳ ସହ ଯାତ୍ରା କରୁଥିବା ବେଳେ ବଲାଙ୍ଗିର ରେଳ ଷ୍ଟେସନଠାରେ ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ସଭାପତି ଗୋପାଳ ପଣ୍ଡା, ଘନଶ୍ୟାମ ମିଶ୍ର, ଅନନ୍ତ ବେହେରା, ମାନସ ମହାନ୍ତି, ସୁରେନ୍ଦ୍ର ନେପାଳ, ଚନ୍ଦନ ମିଶ୍ର, ହେମନ୍ତ ପ୍ରଧାନ, ଟଙ୍କ ଭୋଇ ପ୍ରମୁଖ ଦଳକୁ ଶୁଭେଚ୍ଛା ଜଣାଇବା ସହ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.