oom

ଇଷ୍ଟଜୋନ୍‌ ଚମ୍ପିଆନସିପ୍‌ ପାଇଁ ଓଡିଶା ଦଳ ଚୟନ ଶିବିର ଉଦ୍‌ଘାଟିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପି. ଆର. ହାଇସ୍କୁଲ ଇନ୍‌ଡୋର ବ୍ୟାଡମିଣ୍ଟନ୍‌ ଷ୍ଟାଡିୟମଠାରେ ଇଷ୍ଟଜୋନ୍‌ ଚମ୍ପିଆନସିପ୍‌ ପାଇଁ ଓଡିଶା ଦଳ ଚୟନ ଶିବିର ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଶିବିରର ଉଦ୍‌ଘାଟନ କରିଥିଲେ । ଖେଳାଳୀମାନଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ ଯେ, ଏହି ଶିବିରରୁ ଏପରି ଏକ ରାଜ୍ୟ ଦଳ ଚୟନ ହେଉ ଯାହାକି କଲିକତାରେ ହେବାକୁ ଥିବା ଇଷ୍ଟଜୋନ୍‌ ଚମ୍ପିଆନସିପ୍‌ରେ ରାଜ୍ୟ ପାଇଁ ଗୌରବ ଆଣିବ । ଆଗାମୀ ଦିନରେ ଏହି ଖେଳାଳୀମାନେ ଭାରତୀୟ ଜାତୀୟ ଦଳରେ ଯେପରି ସାମିଲ ହୋଇପାରିବେ ସେ ଦିଗରେ ଖେଳାଳୀମାନେ ନିଷ୍ଠାର ସହ ଅଭ୍ୟାସ ଜାରି ରଖନ୍ତୁ ବୋଲି କହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ୧୯ ବୟସ ବର୍ଗର ଉଭୟ ବାଳକ, ବାଳିକା ଏବଂ ବରିଷ୍ଠ ବର୍ଗର ଉଭୟ ମହିଳା ଓ ପୁରୁଷ ବିଭାଗରୁ ବଛା ବଛା ୨୬ ଜଣ ଖେଳାଳୀ ଏହି ଚୟନ ଶିବିରରେ ଯୋଗ ଦେଇଛନ୍ତି । ଚିପ୍‌ ରେଫରି ଜୟନ୍ତ ମିଶ୍ରଙ୍କ ତତ୍ତ୍ୱାବଧାନରେ ରାଜ୍ୟ ବ୍ୟାଡମିଣ୍ଟନ ସଂଘର ୯ ଜଣ ଟେକ୍‌ନିକାଲ ଅଫିସର ଏହି ତିନିଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଚୟନ ଶିବିରକୁ ଲିଗ୍‌ ଖେଳ ମାଧ୍ୟମରେ ଖେଳାଳୀ ଚୟନ କରୁଛନ୍ତି । ଆୟୋଜନ କମିଟି ସମ୍ପାଦକ ସୁରୁଲାଲ ମଟାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ହେଉଥିବା ଏହି ଶିବିରରେ ପୁରୁଷ ବିଭାଗର ପାରସ ମାଥୁର, ଅନିର୍ବାଣ ମଣ୍ଡଳ, ଆର୍ଯ୍ୟା ମାଝୀ, ସ୍ୱାଧୀନ ଗୌଡ, ତହସିବ୍‌ ଖାଁ, ଅମୟ କୁମାର ନାୟକ, ଅମୃତ ମହାନ୍ତି, ଅଭିଜିତ୍‌ ମହାରଣା, ସାଇ କେଶବ ମୋଦୀ, ଆୟୁଷ ଦାଶ, ଗଜନି ଶାଶ୍ୱତ, ଅର୍ପିତ ପଣ୍ଡା, କ୍ରିଷ୍ଣା ସଗରିଆ, ଅମ୍ଳାନ କେଶରୀ ଗଡନାୟକ, ତନ୍ମୟ ସାହୁ, ଶୁଭମ୍‌ ଦାସ, ଭବିଷ୍ୟ କୁମାର ସିଂ ଏବଂ ମହିଳା ବିଭାଗର ଶୀର୍ଷ ର‍୍ୟାଙ୍କ ଖେଳାଳୀ ଶ୍ରୁତି ସ୍ୱାଇଁ, ହର୍ଷିତା ରାଉତ, ପ୍ରଗତି ପରିଡା, ବିଶାଖା ଟପୋ, ଶ୍ରେୟା ବିଶ୍ୱାଳ, ସୁଇଟି ପ୍ରଧାନ, ପୂର୍ବାପ୍ରତ୍ୟାଶା ପଣ୍ଡା, ଅଶ୍ୱିକା ମିଶ୍ର ପ୍ରମୁଖ ଯୋଗଦେଇଛନ୍ତି । ଶିବିର ପରିଚାଳନାରେ ସଭାପତି ଗୋପାଳ ପଣ୍ଡା, ପବିତ୍ର ବେହେରା, ଘନଶ୍ୟାମ ମିଶ୍ର, ଶୁଭ୍ରାଂଶୁ ପଣ୍ଡା, ସୁଶାନ୍ତ ଚୋପଦାର, ବ୍ୟାସଦେବ ବେହେରା, ସୁଧୀର ପଣ୍ଡା ଏବଂ ସଂଯୋଜକ ଭାବରେ ଅନନ୍ତ ବେହେରା, ମାନସ ମହାନ୍ତି, ସୁରେନ୍ଦ୍ର ନେପାକ, ଚନ୍ଦନ ମିଶ୍ର କାର୍ଯ୍ୟ କରୁଛନ୍ତି ।

jittmm
Leave A Reply

Your email address will not be published.