oom

ରୋଟାରୀ କ୍ଳବ ତରଫରୁ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଓ ରୋଗୀଙ୍କୁ ଔଷଧ ବିତରଣ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆନ୍ଧ୍ର ପ୍ରଦେଶର ମଙ୍ଗଳାପାଲେୟମ୍‌ର ଶ୍ରୀଗୁରୁଦେବ ଚାରିଟେବଲ୍ ଟ୍ରଷ୍ଟ ଆନୁକୂଲ୍ୟରେ ତଥା ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ୍ ସହାୟତାରେ ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା । କ୍ଳବର ସଭାପତି ନାରସୁ ଜେନାଙ୍କ ନେତୃତ୍ଵରେ ଓ କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚ ସହଯୋଗରେ ଏହି ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ପରିଚାଳନା କରାଯାଇଥିଲା । ଏହି ଶିବିରରେ ନିକଟସ୍ଥ ଆଖପାଖ ଗ୍ରାମାଞ୍ଚଳରୁ ପ୍ରାୟ ୨ ଶହରୁ ଅଧିକ ରୋଗୀ ଉପସ୍ଥିତ ରହି ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେଇଥିଲେ ଏବଂ ଔଷଧ ଗ୍ରହଣ କରିଥିଲେ । ଟ୍ରଷ୍ଟର ଚେୟାରମ୍ୟାନ୍ ଆର୍. ଜଗଦୀଶ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିଚାଳିତ ଶିବିରରେ କ୍ଳବର ସଂପାଦକ ଲିଙ୍ଗରାଜ ନାୟକ, ଗଦାଧର ରାଉଳ, ଡାକ୍ତର ସମ୍ବିତ ବେଗ୍ ରାୟ, ଅଜିତ କୁମାର ପୃଷ୍ଟି, ଜୟନ୍ତ କିଶୋର ପାତ୍ର, ପ୍ରଦୀପ କୁମାର ପଣ୍ଡା, ଏମ୍ ମନୋଜ, ଦୁର୍ଗା ରାଓ, ନରସିଂହ ପାଣିଗ୍ରାହୀ ସୁଚାରୁ ରୂପେ ପରିଚାଳନା କରିଥିଲେ । ବରିଷ୍ଠ ନାଗରିକ ମଞ୍ଚର ସଭାପତି ନରହରି ପ୍ରଧାନ, ସଂପାଦକ ବାଉରୀବନ୍ଧୁ ସାହୁ ଓ କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ମଧୁମିତା ମହାନ୍ତି, ଶିକ୍ଷକ ସୁନୀଲ୍ କୁମାର ଶତପଥୀ, ସୁରେଶ କୁମାର ସାହୁ ଓ ସୁଦାମ ଷଣ୍ଢ କାର୍ଯ୍ୟକ୍ରମରେ ସହଯୋଗ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କ୍ଳବର ପବ୍ଲିକ୍ ଇମେଜ୍ ଚେୟାରମ୍ୟାନ୍ ତଥା ମଞ୍ଚର ସଂଯୋଜକ କାମରାଜୁ ମହାରଣା ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।ଇନର କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ୍‌ର ସଭାନେତ୍ରୀ ସଂଯୁକ୍ତା ପାଣିଗ୍ରାହୀ, ସବିତା ପଣ୍ଡା ଓ ଅମିତା ରାଉଳ ସ୍ୱାସ୍ଥ୍ୟ ଶିବିରରେ ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.