jsm

ଉତ୍କଳ ସ୍ନେହୀ ମହିଳା ସମିତି ଆନୁକୂଲ୍ୟରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ-ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍କଳ ସ୍ନେହୀ ମହିଳା ସମିତି ଆନୁକୂଲ୍ୟରେ ଛେଣ୍ଡ୍ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାର ସଭାଗୃହରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ସମିତିର ସଭାନେତ୍ରୀ ସବିତା ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆଲୋଚକ ଭାବେ ଆର.ଜି.ଏଚ୍.ର ସୁପରିଟେଣ୍ଡେଟ୍ ତଥା ମହିଳା ରୋଗ ବିଶେଷଜ୍ଞ ଡାକ୍ତର ସୁଧା ରାଣୀ ପ୍ରଧାନ, ଡାକ୍ତର ଗୋକୁଳାନନ୍ଦ ସାହୁ ଏବଂ ଡାକ୍ତର ଏସ.ବି.ନେପାକ ପ୍ରମୁଖ ଯୋଗଦେଇ କହିଲେ ଯେ, ନବଜାତ ଶିଶୁମାନଙ୍କ ପାଇଁ ମାଆ କ୍ଷୀରର କୌଣସି ବିକଳ୍ପ ନାହିଁ । ମା’ମାନେ ଶିଶୁମାନଙ୍କୁ ନିୟମିତ ସ୍ତନ୍ୟପାନ କରାଇବା ସହ ସ୍ତନ୍ୟପାନ କରାଇବା ସମୟରେ ଉପଯୁକ୍ତ ସତର୍କତା ଅବଲମ୍ବନ କରିବା ଏବଂ ସ୍ତନ୍ୟପାନ ନକରାଇବା ଦ୍ୱାରା ଉଭୟ ଶିଶୁ ଏବଂ ମାଆ ମାନେ କିପରି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି ତାହା ବିଶଦ ଭାବରେ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ଶ୍ରୋତାମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଏହି ଆଲୋଚନା ସଭାରେ ସ୍ଥାନୀୟ ହରିହର ବସ୍ତି, ଧାମରା ବସ୍ତି, ବାଗୁଡ଼ି ବସ୍ତି -୧ ଏବଂ ବାଗୁଡ଼ି ବସ୍ତି -୨ର ଆଶା ଦିଦି, ଅଙ୍ଗନବାଡ଼ି କେନ୍ଦ୍ରର ଦିଦି ଓ ଗର୍ଭବତୀ ମହିଳା ମାନେ ବହୁ ସଂଖ୍ୟାରେ ଯୋଗଦେଇ ଡାକ୍ତରମାନଙ୍କୁ ବିଭିନ୍ନ ପ୍ରଶ୍ନ ମାଧ୍ୟମରେ ନିଜର ସନ୍ଦେହ ମୋଚନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ସ୍ନେହୀ ମହିଳା ସମିତିର ନନ୍ଦିତା ବେହେରା, ଅନିମା ବିଶ୍ୱାଳ, ମଞ୍ଜୁବାଳା ମହାପାତ୍ର, ସୁପ୍ରଭା ସାହୁ, ଜ୍ୟୋସ୍ନା ପାଣିଗ୍ରାହୀ, ଇନ୍ଦିରା ମହାନ୍ତି, ଗୀତା ମିଶ୍ର, ସାବିତ୍ରୀ ଦାସ, ସୁପ୍ରିୟା ମହାନ୍ତି ଏବଂ ଗୀତା ସେନାପତି ପ୍ରମୁଖ ସହାୟତା କରିଥିବା ବେଳେ ଗୀତା ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.