csstore

ବାଳସୁଧାର ଗୃହରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ତରଫରୁ ବାଳସୁଧାର ଗୃହଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ଅନ୍ତେବାସୀଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏହା ସହିତ ଦୁଇଟି ସିଲେଇ ମେସିନ ପ୍ରଦାନ କରାଯାଇ ତଥା ଷ୍ଟିଲ ସିଟି ତରଫରୁ ଏକ ସିଲେଇ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ଅନ୍ତେବାସୀଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଟ୍ରେନିଂ ଦିଆଯାଇଥିଲା । ପ୍ରାରମ୍ଭରେ ସୁଧାରଗୃହର ଶିକ୍ଷକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଓ ଶିକ୍ଷୟିତ୍ରୀ ମୀନତି ତ୍ରିପାଠୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ଏଭଳି କାର୍ଯ୍ୟକ୍ରମ ସୁଦୂର ପ୍ରସାରୀ ହେବ ବୋଲି ମତ ରଖିଥିଲେ । ଷ୍ଟିଲ ସିଟି ତରଫରୁ ସେଠାରେ ଥିବା ଉଦ୍ୟାନରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ରୋଟାରୀଆନ ଡଃ ଅଞ୍ଜନା ମୈତ୍ର, କାର୍ଯ୍ୟକ୍ରମର ଅଧ୍ୟକ୍ଷା ରୋଟାରୀଆନ ପ୍ରତିଭା ଦେବୀ, ଉପାଧ୍ୟକ୍ଷା ରୋଟାରୀଆନ କୁଲଜିତ୍, ରୋଟାରୀଆନ ଆନାବେଲ ଡିସୌଜା, ସମସ୍ତ ରୋଟାରୀଆନ ସୁଚିସ୍ମିତା ବିଶ୍ବାସ, ଆଲେକଜାଣ୍ଡାର ଡିସୌଜା, ପ୍ରିତି ଅଗ୍ରୱାଲ, ଅସୀମା ମିଶ୍ର, ଚମ୍ପାବତୀ ଅମାତ, ସଂଧ୍ୟା ସାହୁ, ଡଃ ସରିତା ମଲ୍ଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସୁଧାରଗୃହର ଅନ୍ୟତମ ଶିକ୍ଷୟିତ୍ରୀ ସବିତା ନାୟକ ବିଭିନ୍ନ ବର୍ଜ୍ୟବସ୍ତୁରୁ କିପରି ସୁନ୍ଦର ବସ୍ତୁ ତିଆରି କରାଯାଇ ପାରିବ ସେ ସଂପର୍କରେ ଶିକ୍ଷା ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.