ଟିଟିଲାଗଡ଼ରେ ୭୭ତମ ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଉପଖଣ୍ଡସ୍ତରୀୟ ୭୭ତମ ସ୍ୱାଧୀନତା ଦିବସ – ୨୦୨୩ ପାଳନ ଉପଲକ୍ଷେ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷଠାରେ ଉପଖଣ୍ଡ ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ରାଜେନ୍ଦ୍ର ମାଝିଙ୍କ ଆୟୋଜକତାରେ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ, ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିପିନ ଦୀପ, ତହସିଲଦାର ଡ.ଲଳିତ ବାଗ, ଥାନାଧିକାରୀ ମନୋଜ ପ୍ରଧାନଙ୍କ ସମେତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ପ୍ରମୁଖ ଯୋଗଦେଇ ଚଳିତ ବର୍ଷ କିଭଳି ସ୍ଵାଧୀନତା ଦିବସକୁ ପାଳନ କରାଯିବ ସେ ନେଇ ବିସ୍ତୃତ ଆଲୋଚନା କରାଯାଇ କିଏ କେଉଁ କାମ କରିବେ ସମସ୍ତ ଅଧିକାରୀ ତଥା ଗଠନ କରାଯାଇଥିବା ସଦସ୍ୟମାନଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିରାମ ମାଝି, ଅବକାରୀ ବିଭାଗର ଅଧିକାରୀ, ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନଙ୍କ ସହ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.