ଜିଲ୍ଲାର ଶିକ୍ଷିତ ବେରୋଜଗାର୍ ଯୁବକମାନଙ୍କ ପାଇଁ ନିଯୁକ୍ତି ଶିବିର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ମିଳିତ ସହଯୋଗରେ ରିଜିନାଲ ଟ୍ରେନିଂ ଏକାଡେମୀ ଏସ୍‌ଆଇଏସ୍‌ ଲିମିଟେଡ଼, କଟକ ପକ୍ଷରୁ ଜିଲ୍ଲାର ଶିକ୍ଷିତ ଯୁବକମାନଙ୍କୁ ରୋଜଗାର ଉପଲବ୍ଧ କରାଇବା ସକାଶେ ସୁରକ୍ଷା କ୍ଷେତ୍ରରେ ନିଯୁକ୍ତି ପାଇଁ ଆସନ୍ତା ଅଗଷ୍ଟ ୧ରୁ ୭ ତାରିଖ ପର୍ଯ୍ୟନ୍ତ ସମସ୍ତ ୦୬ଟି ବ୍ଲକ କାର୍ଯ୍ୟାଳୟଠାରେ ଚୟନ ଓ ପଞ୍ଜିକରଣ ଶିବିର ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଉକ୍ତ ଚୟନ ଶିବିର ତା ୦୧-୦୮-୨୦୨୩ ଡୁଙ୍ଗୁରିପାଲି ବ୍ଲକ ଅଫିସ୍, ତା ୦୨-୦୮-୨୦୨୩ ରେ ବିନିକା ବ୍ଲକ ଅଫିସ୍, ତା ୦୩-୦୮-୨୦୨୩ ଉଲୁଣ୍ଡା ବ୍ଲକ ଅଫିସ୍, ତା ୦୪-୦୮-୨୦୨୩ ଵୀରମହାରାଜପୁର ବ୍ଲକ ଅଫିସ, ତା ୦୫-୦୮-୨୦୨୩ ରେ ବ୍ଲକ ଅଫିସ୍ ଓ ତା ୦୭-୦୮-୨୦୨୩ରେ ସୋନପୁର ବ୍ଲକ ଅଫିସ ପରିସରରେ ଅନୁଷ୍ଠିତ ହେବ । ବ୍ଲକ ଅନ୍ତର୍ଗତ ୨୧ରୁ ୩୬ ବର୍ଷ ବୟସର ଦଶମ ପାସ କରିଥିବା ଇଛୁକ ପ୍ରାର୍ଥୀ ନିଜ ନିଜର ବ୍ଲକ କାର୍ୟ୍ୟାଳୟକୁ ଯାଇ ଉକ୍ତ ଦିନ ଟ.୫୦୦/ ପ୍ରଦାନ ସହ ଉପଯୁକ୍ତ ରସିଦ ଗ୍ରହଣ ପୂର୍ବକ ନିଜର ନାମକୁ ପଞ୍ଜିକରଣ କରି ପାରିବେ । ଇଛୁକ ପ୍ରାର୍ଥୀ ଅଧିକ ସୂଚନା ପାଇଁ ମୋ.ନମ୍ବର ୯୮୨୭୧୨୧୬୭୦, ୬୩୭୧୨୫୫୨୫୦, ୯୦୯୦୬୨୪୨୩୨ରେ ଆବଶ୍ୟକ ଯୋଗାଯୋଗ କରି ପାରିବେ ।

Leave A Reply

Your email address will not be published.