oom

ପ୍ରଧାନମନ୍ତ୍ରୀ ଫସଲ ବୀମା ନିମନ୍ତେ ସଚେତନତା ରଥର ଶୁଭାରମ୍ଭ

jsmm
  • ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳରେ କରିବ ଚାଷୀଙ୍କୁ ସଚେତନ
  • ଜିଲ୍ଲାରେ ଶତ ପ୍ରତିଶତ କୃଷିବୀମା ସୁନିଶ୍ଚିତ ଲକ୍ଷ୍ୟ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଖରିଫ ଚାଷ ନିମନ୍ତେ ଜିଲ୍ଲାର ସମସ୍ତ କୃଷକ ଯେପରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କୃଷିବୀମାକୁ ସୁନିଶ୍ଚିତ କରି ଶତ ପ୍ରତିଶତ ଲାଭ ନେଇପାରିବେ ସେଥି ନିମନ୍ତେ ଆଜି ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଜିଲ୍ଲାରେ କୃଷି ବୀମାକରଣ ନିମନ୍ତେ ଦାୟିତ୍ୱରେ ଥିବା ରିଲାଏନ୍ସ ଜେନେରାଲ ଇନ୍ସୁରାନ୍ସ ସଂସ୍ଥା ତରଫରୁ ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ କାର୍ୟ୍ୟାଳୟ ପରିସରରୁ ଏକ କୃଷି ବୀମା ରଥକୁ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିଲେ । ଏହି କୃଷି ବୀମା ସଚେତନତା ରଥ ଆଜି ଠାରୁ ତା ୩୧ ତାରିଖ ପର୍ୟ୍ୟନ୍ତ ଜିଲ୍ଲାର ସମସ୍ତ ୬ ଗୋଟି ବ୍ଲକ ଅଞ୍ଚଳ ପରିକ୍ରମା କରି ଚାଷୀଙ୍କୁ ଫସଲ ବୀମା ଭୁକ୍ତ ନିମନ୍ତେ ସୂଚନା ଦେବା ସହ ସଚେତନତା କରାଇବ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡ଼ ବିଭୁତି ଭୂଷଣ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା କୃଷି ଅଧିକାରୀ ନବୀନ କିଶୋର ଖଟୁଆ, ରିଲାଏନ୍ସ ଜେନେରାଲ ଇନ୍ସୁରାନ୍ସ କମ୍ପାନୀର କାର୍ଯ୍ୟକ୍ରମ ଅଧିକାରୀ ବିକାଶ ମେହେର ଓ ଅଜିତ କୁମାର ଭୋଇ, କୃଷି ବିଭାଗର ବିଭିନ୍ନ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.