ତୁରେକେଲା କ୍ଲଷ୍ଟରର ବିଦ୍ୟାଳୟରେ ପୋଷାକ ବଣ୍ଟନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା କ୍ଲଷ୍ଟର ଅଧିନରେ ଥିବା ବିଭିନ୍ନ ବିଦ୍ୟାଳୟରେ ପୋଷାକ ବିତରଣ କରାଯାଇଥିଲା । ଲର୍କି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଭାନେତ୍ରୀ ଶ୍ରୀମତୀ ଯଶୋବନ୍ତୀ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦ୍ରଭାନୁ ବେହେରା ଓ ତୁରେକେଲା କ୍ଲଷ୍ଟର ସଂଯୋଜକ ବିରଂଚି ନାରାୟଣ ଦାଶ ଯୋଗ ଦେଇଥିଲେ ।ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ଦୁଇ ହଳ ପୋଷାକ ଓ ଯୋତା ଦିଆଯାଇଥିଲା । ଏହି ସଭାରେ ଶିକ୍ଷକ ରବୀନ୍ଦ୍ର ରଥ, ପ୍ରେମରାଜ ପାଣିଗ୍ରାହୀ, ବିନୋଦିନୀ ତାଣ୍ଡୀ, ଟିକେଶ୍ୱରୀ ସେଠ, ଶୁଭଦୀପ୍ତା ଦାଶ, ଉପସଭାପତି ସଂଜୟ ତ୍ରିପାଠୀ ଉପସ୍ଥିତ ଥିଲେ । ଠିକ୍‌ ସେହିପରି ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ସୁଭଦ୍ରା ମେହେର ଓ ଧରିତ୍ରୀ ମେହେର ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବିତରଣ କରିଥିଲେ ଓ ବାଗବେଲ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପୀତାମ୍ବର ଲୁହା ପୋଷାକ ବାଣ୍ଟିଥିଲେ ।ଉଭୟ ବିଦ୍ୟାଳୟରେ ଏବିଇଓ ଚନ୍ଦ୍ରଭାନୁ ବେହେରା ଓ ସିଆର୍‌ସିସି ବିରଞ୍ଚି ନାରାୟଣ ଦାଶ ଯୋଗ ଦେଇଥିଲେ ।

Leave A Reply

Your email address will not be published.