oom

ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷ୍ୟ ନିମନ୍ତେ ଦାରିଦ୍ର୍ୟ ଦୂରୀକରଣ ପାଇଁ ତାଲିମ ଶିବିର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗ୍ରାମ ପଞ୍ଚାୟତରୁ ବେରୋଜଗାର ଦୂର କରିବା ପାଇଁ ଗ୍ରାମସଭା, ପଲ୍ଲୀ ସଭାରେ ତଥ୍ୟ ଉପସ୍ଥାପନ କରି ପଞ୍ଚାୟତର ସମସ୍ତ କାର୍ଯ୍ୟକୁ ସଫଳ କରାଯାଇପାରିବ ସେନେଇ ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷ୍ୟ ନିମନ୍ତେ ଦାରିଦ୍ର୍ୟ ଦୂରୀକରଣ ପାଇଁ ତାଲିମ ଶିବିର ବଲାଙ୍ଗିର ଜିଲ୍ଲା ପଞ୍ଚାୟତ ଦକ୍ଷତା ବିକାଶ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ପରିଷଦ ତରଫରୁ ଆୟୋଜିତ ଦେଓଗାଁର ଅର୍ଜୁନପୁର, ବଡବନ୍ଧ, ବଡବାହାଲ, ବ୍ରାହ୍ମଣୀଜୋର, ବନ୍ଧପଡା ତଥା ଆଗଲପୁରର ଆଗଲପୁର, ବାବୁଫାସଡ, ବୁଦୁଲା ପଞ୍ଚାୟତ ପାଇଁ ଏହି ତାଲିମ ଶିବିରରେ ଗ୍ରାମ ପଞ୍ଚାୟତର ପିଇଓ, ସରପଞ୍ଚ, ସମିତି ସଭ୍ୟ, ଆଶା କର୍ମୀ, ମହିଳା ଅଙ୍ଗନବାଡି କର୍ମୀ, ଶିକ୍ଷକ, ପ୍ରାଣୀମିତ୍ର, ବ୍ୟାଙ୍କ ମିତ୍ର, ଗ୍ରାମ ରୋଜଗାର ସେବକ, ପ୍ରାଣୀଧନ ନୀରିକ୍ଷକ, ଗ୍ରାମ୍ୟ କୃଷି କର୍ମୀ, ଉଦ୍ୟାନ କର୍ମୀ, ଗୋଷ୍ଠୀ ସାଧନ କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି, ସଂପାଦକ ତଥା ଗ୍ରାମ ପଞ୍ଚାୟତରେ ଆଗଧାଡିରେ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷ୍ୟ ଓ ଉନ୍ନତ ଜୀବିକାଯୁକ୍ତ ପଞ୍ଚାୟତ ଗଠନ କିପରି କରାଯାଇପାରିବ ସେ ସଂପର୍କରେ ତାଲିମ ପ୍ରଦାନ କରାଯାଇଥିଲା ।ତାଲିମ କାର୍ଯ୍ୟକ୍ରମରେ ତାଲିମ ପ୍ରଦାନ କରିଥିଲେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପରିଚାଳକ ଅଭିଜିତ ପଣ୍ଡା, ରାଷ୍ଟ୍ରୀୟ ଗ୍ରାମୀଣ ସଶକ୍ତିକରଣ ଅଭିଯାନର କାର୍ଯ୍ୟକ୍ରମ ପରିଚାଳକ ବିନୟ କୁମାର ସାହୁ, ଜିଲ୍ଲା ପଞ୍ଚାୟତ ଦକ୍ଷତା ବିକାଶ କେନ୍ଦ୍ର ପ୍ରଶିକ୍ଷିକା କବିତା ପ୍ରଧାନ, ମିଶନ ଶକ୍ତି କାର୍ଯ୍ୟକ୍ରମ ପରିଚାଳକ କୈଳାସ ଚନ୍ଦ୍ର ସାହୁ, ବଲାଙ୍ଗିର ବ୍ଲକର କାର୍ଯ୍ୟକ୍ରମ ପରିଚାଳକ ତିର୍ଥ ବାଗ୍ ।

jittmm
Leave A Reply

Your email address will not be published.