କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଚଟୁଅନକାଠାରେ ତମ୍ବାଖୁ ମୁକ୍ତ ଯୁବା ଅଭିଯାନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତୁରେକେଲା ସୌଜନ୍ୟରେ ସ୍ୱାସ୍ଥ୍ୟ ଓ ସୁସ୍ଥତା କେନ୍ଦ୍ର ଚଟୁଅନକା ତରଫରୁ ଆୟୋଜିତ ସଭାରେ କମ୍ୟୁନିଟି ସ୍ୱାସ୍ଥ୍ୟ ଅଧିକାରୀ ଚିତ୍ରଲେଖା ଦୀପ ଓ ପରାମର୍ଶଦାତା ଚିନ୍ମୟ ସ୍ୱାଇଁ ଉପସ୍ଥିତ ଥିଲେ । ଚଳିତ ବର୍ଷର ବିଷୟ ବସ୍ତୁ ତମ୍ବାଖୁ ନୁହଁ ଆମେ ଖାଦ୍ୟ ଚାହୁଁ ଉପରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀ ଓ ଅଭିଭାବକମାନେ କିପରି ତମ୍ବାଖୁ ସେବନରୁ ଦୂରେଇ ରହିବେ ଓ ବିଦ୍ୟାଳୟ ପରିସର ପାଖରେ ଯେପରି ତମ୍ବାଖୁ ମିଳିବ ନାହିଁ ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ଉଚିତ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କିଛି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା । ଉପସ୍ଥିତ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ତମ୍ବାଖୁ ସେବନ କରିବେ ନାହିଁ ବୋଲି ଶପଥ ଗ୍ରହଣ କରିଥିଲେ ।
Next Post