jayashree

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ହିତାଧିକାରୀଙ୍କୁ ସହାୟତା ବଣ୍ଟନ କଲେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶା ସରକାର ସବୁ ବେଳେ ଜନାଭିମୁଖି ଯୋଜନା ଲୋକଙ୍କ ନିମନ୍ତେ ପ୍ରଣୟନ କରୁଛନ୍ତି । ଜନ୍ମ ହେବାଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କୁ ସହାୟତା ତଥା ସହଯୋଗ ଯୋଗାଉଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ପରିପ୍ରେକ୍ଷୀରେ ମଙ୍ଗଳାବାର ଦିନ ସକାଳ ଏଗାର ଟାରେ ସ୍ଥାନୀୟ ଅଭିମନ୍ୟୁ କଲ୍ୟାଣ ମଣ୍ଡପଠାରେ ଡିଭିଜନାଲ ଶ୍ରମ କମିଶନର ସୁକାନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଏକ ବ୍ଲକସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅନ୍ତର୍ଗତ ହିତାଧିକାରୀମାନଙ୍କ ପାଇଁ ସହାୟତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ବିଧାୟିକା ତଥା ବାଣିଜ୍ୟ, ପରିବହନ ଓ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଟିଟିଲାଗଡ ବ୍ଲକ ଚେୟାର ମେନ୍ ଶ୍ରୀମତୀ ସଂଯୁକ୍ତା ନାଏକ, ଜିଲ୍ଲା ପରିଷଦ ଶ୍ରୀମତୀ ଗୀତା ବିଶି ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଆସିଥିବା ହିତାଧିକାରୀମାନଙ୍କୁ ସହାୟତା ଚେକ ପ୍ରଦାନ କରିଥିଲେ । ଶ୍ରମ ଅଧିକାରୀ ପ୍ରଶାନ୍ତ ସୁନା, ଅଶୋକ କୁମାର ଡୁଙ୍ଗଡୁଙ୍ଗ, ୱେଲ ଫେୟାର କମିଶନର ଦିଲେଶ୍ୱର୍ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.