ଯୁଗ ଯାତ୍ରୀ ସାହିତ୍ୟ ସଂସଦର ପୂର୍ବତନ ସମ୍ପାଦକ ଜୟନ୍ତ ପ୍ରହରାଜଙ୍କ ବିୟୋଗରେ ଶୋକସଭା

ମ.ରାମପୁର, (ହେମନ୍‌ନ୍ତ ସାହୁ) : କଳାହାଣ୍ଡିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗ ଯାତ୍ରୀ ସାହିତ୍ୟ ସଂସଦର ପୂର୍ବତନ ସମ୍ପାଦକ ଜୟନ୍ତ ପ୍ରହରାଜଙ୍କ ବିୟୋଗରେ ଅନୁଷ୍ଠାନ ଗୃହଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସଭାପତି ପଦ୍ମଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ସମ୍ପାଦକ ହେମନ୍ତ ସାହୁ ପ୍ରାରମ୍ଭିକ ସୂଚନା ଦେଇଥିଲେ । ପ୍ରାରମ୍ଭରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ଉପ ସଭାପତି ସୁରେନ୍ଦ୍ର ମହାଖୁଡ଼, ବରିଷ୍ଠ ସଦସ୍ୟ ପରମାନନ୍ଦ ବିଶି, ନାରାୟଣ ମହାଳିକ, ମାନସ ରଞ୍ଜନ ପ୍ରହରାଜ, ବିଭୂତି ଭୂଷଣ ମହାଖୁଡ଼, ଉଦ୍ଧବ ପଣ୍ଡା ପ୍ରମୁଖ ସ୍ୱର୍ଗତ ପ୍ରହରାଜଙ୍କ ସ୍ମୃତିଚାରଣ କରିଥିଲେ ।

Leave A Reply

Your email address will not be published.