csstore

ଟିଟିଲାଗଡ଼ରେ ଛତୁଆ ପରେ ବାଦାମଲଡୁ ପ୍ୟାକେଟରେ ଲେଖା ଯାଉନି ପ୍ରସ୍ତୁତି ତାରିଖ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶା ସରକାରଙ୍କ ବିକାଶମୁଖୀ କାର୍ଯ୍ୟକ୍ରମର ଅନ୍ୟ ଏକ ମୁଖ୍ୟ ଦିଗ ହେଲା ମହିଳା ସଶକ୍ତିକରଣ । ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ସବୁ କ୍ଷେତ୍ରରେ ଏସ୍‌ଏଚ୍‌ଜି ମହିଳାଙ୍କୁ ବିଭିନ୍ନ ମହାସଂଘ କିମ୍ବା ଗୋଷ୍ଠୀ ତିଆରି କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ନିୟୋଜିତ କରାଯାଉଛି, ଯାହାକି ପ୍ରଶଂସନୀୟ ପଦକ୍ଷେପ । ଏବେ ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କ ପାଇଁ ଯୋଗାଣ ହେଉଥିବା ଛତୁଆ, ବାଦାମ ଲଡ଼ୁ ଭଳି ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ମଧ୍ୟ ସେମାନଙ୍କୁ ନିୟୋଜିତ କରାଯାଉଅଛି ।

ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ବ୍ଲକ ପିପଲପଦର ଗ୍ରାମର ମମତା ଶକ୍ତି ସଞ୍ଚୟିକା ମହାସଂଘ ଦ୍ୱାରା ପ୍ରସ୍ତୁତ ହେଉଥିବା ବାଦାମ ଲଡ଼ୁ ପ୍ୟାକେଟରେ ପ୍ରସ୍ତୁତି ତାରିଖ ଲେଖା ଯାଉନଥିବା ଦେଖିବାକୁ ମିଳୁଛି । କିଛି ଦିନ ତଳେ ଖବର ପ୍ରସାରଣ ହୋଇଥିଲା- ଲେଖା ଯାଉନି ଛତୁଆ ପ୍ୟାକେଟରେ ପ୍ରସ୍ତୁତି ତାରିଖ, କିଏ ତିଆରି କରୁଛି ସେହି ଛତୁଆ ପ୍ୟାକେଟ ବୋଲି । ଏହାର କିଛି ଦିନ ପରେ ଅର୍ଥାତ ଶନିବାର ଦିନ ଦିଆଯାଇଛି ବାଦାମ ଲଡ଼ୁ ଏବଂ ଦୁଇ ପ୍ରକାର ଛତୁଆ ପ୍ୟାକେଟ । ଛତୁଆ ପ୍ୟାକେଟରେ ପ୍ରସ୍ତୁତି ତାରିଖ ଲେଖା ଯାଇଥିବା ବେଳେ ପୁଣି ବାଦାମ ଲଡ଼ୁ ପ୍ୟାକେଟରେ ୨୫ ଖଣ୍ଡ ଲଡୁର ଓଜନ ୬୧୦ ଗ୍ରାମ, ବାଦାମ ଲଡୁ ତିଆରି ପାଇଁ ୪୫୦ ଗ୍ରାମ ଚିନାବାଦାମ,୧୦ ଗ୍ରାମ ରାଶି, ୧୫୦ ଗ୍ରାମ ଗୁଡ ବ୍ୟବହାର କରି ଏହି ପ୍ୟାକେଟ ତିଆରି କରାଯାଇଥିବା ଉଲ୍ଲେଖ ଥିବା ବେଳେ କେଉଁ ତାରିଖରେ ପ୍ରସ୍ତୁତ ହୋଇଛି ଲେଖା ଯାଇନି । ସବୁଠୁ ବଡ଼ ପରିତାପର ବିଷୟ ଯେ, ଲଡ଼ୁ ଖାଇଲେ ପିତା ଲାଗୁଥିବା ଅଭିଯୋଗ ହେଉଛି । ଗୋଟିଏ ପଟେ ‘୫- ଟି’ ସବୁ କ୍ଷେତ୍ରରେ ସ୍ବଚ୍ଛ ଶାସନର ବାର୍ତ୍ତା ଦେଉଥିବା ବେଳେ ଏହିଭଳି କାର୍ଯ୍ୟ ଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଏ ଦିଗରେ ବିଭାଗୀୟ ମନ୍ତ୍ରୀ, ଜିଲ୍ଲାପାଳ ଯଥା ଶୀଘ୍ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି ।

jayashree
Leave A Reply

Your email address will not be published.