ଅସହାୟ ମହିଳାଙ୍କୁ ୨ ୟୁନିଟ୍‌ ରକ୍ତଦାନ କଲା ଯୁବ କୁଲୁତା ସମାଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଦେଓଗାଁ ବ୍ଲକ କୁନ୍ଦେଇମାଲ ଗ୍ରାମର ସାବିତ୍ରୀ ବାଗଙ୍କୁ ରକ୍ତର ଆବଶ୍ୟକତା ହେବାରୁ ଯୁବ କୁଲୁତା ସମାଜକୁ ରକ୍ତ ପାଇଁ ସହଯୋଗ ମାଗିଥିଲେ । ଖବର ପାଇ ଲୋଇସିଂହା ବ୍ଲକ ପିପିଲି ଗ୍ରାମର ଶଙ୍କର ପ୍ରଧାନ ଆସି ରକ୍ତଦାନ କରିଥିଲେ । ଠିକ୍ ସେତିକି ବେଳେ ମୁରିବାହାଲ ବ୍ଲକ ଝିଙ୍କିଡୁଙ୍ଗୁରି ଗ୍ରାମର ଗିରିଧାରୀ ସାହୁଙ୍କ ଶରୀରରେ ୪.୫ ରକ୍ତ ଥିବାରୁ ଡାକ୍ତର ତାଙ୍କୁ ରକ୍ତ ଦେବା ପାଇଁ ପରାମର୍ଶ ଦେଇଥିଲେ । ରକ୍ତ ଭଣ୍ଡାରରେ A+ ରକ୍ତ ଅଭାବ ନଥିବାରୁ ମହିଳା ଜଣକ ରକ୍ତ ପାଇବାରୁ ବଂଚିତ ହୋଇଥିଲେ । ମହିଳା ଜଣକ ହତାଶ ହୋଇ ଭାଙ୍ଗି ପଡିଥିଲେ । ଖବର ପାଇ ଯୁବ କୁଲୁତା ସମାଜର ସଦସ୍ୟ ତଥା ଯୁବ ସମାଜସେବୀ ଝୁନୁ ପ୍ରଧାନ ସଙ୍ଗେ ସଙ୍ଗେ ରକ୍ତଦାନ କରିଥିଲେ । ରକ୍ତଦାନ ସମୟରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ ଓ ବଲାଙ୍ଗିର ବ୍ଲକ ସଦସ୍ୟ ସନ୍ଦିପ ପ୍ରଧାନ ଉପସ୍ଥିତ ଥିଲେ । ଜଣେ ଅସହାୟ ମହିଳାଙ୍କୁ ରକ୍ତ ଯୋଗାଇ ଦେଇଥିବାରୁ ଯୁବ କୁଲୁତା ସମାଜକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.

error: Content is protected !!