ବାୟୋଚାର ଉତ୍ପାଦନ ଓ ଏହାର ବ୍ୟବହାର ସମ୍ପର୍କିତ କାର୍ମଶାଳା

ମ.ରାମପୁର, (ହେମନ୍ତ ସାହୁ) : ସ୍ଥାନୀୟ ସ୍ୱେଛାସେବୀ ଅନୁଷ୍ଠାନ ସେବା ଜଗତ ଓ ମୁରୁଗପା ଚେଟିଆର ରିସର୍ଚ୍ଚ ସେଣ୍ଟର ସହାୟତାରେ ରଂଗାପଦର ସ୍ଥିତ ତାଲିମ କେନ୍ଦ୍ରରେ ବାୟୋଚାର ଉତ୍ପାଦନ ଓ ଏହାର ବ୍ୟବହାର ସମ୍ପର୍କିତ କାର୍ମଶାଳା ଆୟୋଜିତ ହୋଇଯାଇଛି । ଜମିରେ କମ ପରିମାଣରେ ରାସାୟନିକ ସାରର ବ୍ୟବହାର କରି, ବାୟୋଚାର ଜୈବିକ ଖତର ବ୍ୟବହାର କରି ଜମିକୁ ଅଧିକ ଅମଳ କ୍ଷମ କରିବା ସହିତ ମାଟିକୁ ସୁସ୍ଥ ରଖିବା ପାଇଁ ଏକ ଉତ୍କୃଷ୍ଟ ଉପାୟ । ଏଥି ସହିତ ମାଟିରେ ଜଳଧାରଣ ଶକ୍ତିକୁ ମଧ୍ୟ ବଢାଇଥାଏ । ଏହି କାର୍ମଶାଳାରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯଥା ୱାସନ, ଦ ହ୍ୟୁମାନ ଡେଭଲପମେଣ୍ଟ, ଜନ ସାହାଯ୍ୟ, କାରାଡ଼ା ତଥା ରେଣ୍ଡୋମାଝୀ ସେବା ଉତ୍ପାଦକ ସଂଘ, ଉର୍ଲଦାନୀ, ମାନିକେଶ୍ୱରୀ ଉତ୍ପାଦକ କମ୍ପାନୀ, ବାଲିପଡ଼ାର କର୍ମକର୍ତ୍ତା ଓ ଅଗ୍ରଣୀ ଚାଷୀଙ୍କ ସହିତ ଉର୍ଲାଦାନୀ ଗ୍ରାମ ପଂଚାୟତର ଆଗ୍ରହୀ ଚାଷୀ ମିଶି ମୋଟ ୭୬ ଜଣ ଅଂଶଗ୍ରହଣ କରି ଏହି କର୍ମଶାଳାରେ ଉପସ୍ଥିତ ଥିଲେ । ତାଲିମଦାତା ଭାବରେ ମୁରୁଗପା ଚେଟିଆର ରିସର୍ଚ୍ଚ ସେଣ୍ଟରର ଜେମ୍ସ ରାଜା ନାରାୟଣ, ସି.ଏସ. ଜାଭିଆର ଯୄଦୟ ମେରୀ ଉପସ୍ଥିତ ଥିବା ବେଳେ ମୁଖ୍ୟ ଅତିଥି ଭାବରେ ୱାସନର ଜିତେନ୍ଦ୍ର ନାୟକ, ମ.ରାମପୁର ବ୍ଲକର ବ୍ଲକ ଟେକନିକାଲ ମେନେଜର ଧର୍ମସିଂ ଉପସ୍ଥିତଥିଲେ । ସେବାଜଗତ ଅନୁଷ୍ଠାନର ରୋଶନାରା ମହାନ୍ତି ଓ ସତ୍ୟନାରାୟଣ ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.