ମଣିପୁରରେ ଶାନ୍ତି ପାଇଁ ପ୍ରାର୍ଥନା

ମ.ରାମପୁର, (ହେମନ୍ତ ସାହୁ) : ମଣିପୁର ହିଂସାରେ ପ୍ରାଣ ହରାଇଥିବା ଆତ୍ମାର ସତଗତି ଓ ମଣିପୁରରେ ଶାନ୍ତିର ପ୍ରତିଷ୍ଠା ନିମନ୍ତେ ସେବାଜଗତ ଅନୁଷ୍ଠାନ ତରଫରୁ ସାମୁହିକ ପ୍ରାର୍ଥନା । ଏଥିରେ ବିଭିନ୍ନ ସ୍ୱେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, କୃଷି ଉତ୍ପାଦକ ଗୋଷ୍ଠୀର ସଦସ୍ୟମାନଙ୍କ ସହିତ ସେବା ଜଗତ ଅନୁଷ୍ଠାନର ଶତାଧିକ କର୍ମୀ ଉପସ୍ଥିତ ରହି ମଣିପୁରରେ ଶାନ୍ତି ଫେରିଆସିବା ପାଇଁ ପ୍ରାର୍ଥନା କରିଥିଲେ । ସେବା ଜଗତ ଅନୁଷ୍ଠାନର ସତ୍ୟ ନାରାୟଣ ପଟ୍ଟନାୟକ ଓ ରୋଶନାରା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.