ଅଗ୍ନିଶମ ସେବା ବିଭାଗରେ ୨୬ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର : ଓଡ଼ିଶା ଅଗ୍ନିଶମ ସେବା ବିଭାଗରେ ବିଭିନ୍ନ ପାହ୍ୟାରେ ୨୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏଥି ମଧ୍ୟରେ ତିନି ଗୋଟି ଷ୍ଟେସନ ଅଫିସର ପଦବୀ ଥିବା ବେଳେ ତିନି ଗୋଟି ଲିଡିଂ ଫାୟାର ମ୍ୟାନ ଓ କୋଡିଏଟି ଫାୟାର ମ୍ୟାନ ପଦବୀ ରହିଛି ।

ଏହି ନୂତନ ପଦବୀ ସୃଷ୍ଟି ହେବା ଫଳରେ ଅଗ୍ନିଶମ ସେବା ବିଭାଗ ଆହୁରି ଅଧିକ ଦକ୍ଷ ଭାବରେ ଲୋକଙ୍କୁ ସେବା ଯୋଗାଇଦେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.