ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସାମାଜିକ ଯୁବ ସଂଗଠନ ମାହେଶ୍ୱରୀ ସଂଗଠନର ଏକ ସାଧାରଣ ପରିଷଦ ବୈଠକ ସାଇ ପେଲେସ ହୋଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଆଗଲପୁର, ଟିଟିଲାଗଡ, ତରଭା, ପାଟଣାଗଡ, କୁଡାସିଂହା ପ୍ରଭୃତି ବିଭିନ୍ନ ଶାଖାର ମହିଳା ତଥା ପୁରୁଷ ସ୍ୱେଚ୍ଛାସେବୀ ଏଥିରେ ଯୋଗ ଦେଇଥିଲେ । ସ୍ୱାସ୍ଥ୍ୟ, ଶିକ୍ଷା, ରକ୍ତଦାନ, ବନିକରଣ ଭଳି କାର୍ଯ୍ୟ ସହ ଲୋକଙ୍କୁ ସାମାଜିକ ଅଧିକାର ପ୍ରାପ୍ତି ପାଇଁ ପ୍ରଶାସନ ସହ ସୁସମ୍ପର୍କ ରଖି ଏହି ଅନୁଷ୍ଠାନ ଅନେକ ଦୃଷ୍ଟାନ୍ତମୂଳକ କାର୍ଯ୍ୟମାନ କରିଆସୁଛି । ଏହି ସବୁ କାର୍ଯ୍ୟକ୍ରମ ଯେଭଳି ଆଗାମୀ ଦିନମାନଙ୍କରେ ସୁଗମ ହୋଇ ପାରିବ ତାହା ଆଜିର ବୈଠକରେ ଆଲୋଚନା ହୋଇଥିଲା । ଆଜିର ବୈଠକରେ ସମସ୍ତ ଶାଖାମାନଙ୍କରୁ ଆସିଥିବା ସମସ୍ତ ସଦସ୍ୟ ନିଜ ଅଂଚଳର ଦୃଷ୍ଟିଗତ ହେଉଥିବା ସମସ୍ୟା ବିଷୟରେ ବିଚାର ବିମର୍ଶ କରିଥିଲେ । ମହିଳା ଶାଖା ସଂଯୋଜିକା ସୋନିଆ ବେଜ, ସହ ସଂଯୋଜିକା କ୍ରିତିକା ଅଗ୍ରୱାଲ, ଜିଲ୍ଲା ସଂଯୋଜକ ସୋମ୍ୟ ରଂଜନ ପଣ୍ଡା, ସଭାପତି ଶୋଭନ ଅଗ୍ରୱାଲ, ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ ପାଣ୍ଡିଆଙ୍କ ସହ ସମସ୍ତ ଶାଖା ପଦାଧିକାରୀ ଉପସ୍ଥିତ ଥିଲେ ।
Prev Post