ରାଜ୍ୟ ସିନିଅର ବ୍ୟାଡମିଣ୍ଟନ ର‍୍ୟାଙ୍କିଂ ପ୍ରତିଯୋଗିତା ଉଦ୍‌ଯାପିତ

  • ଆୟୁଷଙ୍କୁ ତ୍ରିମୁକୁଟ, ଶୃତିଙ୍କୁ ଦ୍ୱିମୁକୁଟ
  • ଅନୁଜା-ଶୃତି, ଆୟୁଷ-ଅବିନାଶ ଓ ଆୟୁଷ-ପୁର୍ବା ପ୍ରତ୍ୟାଷାଙ୍କୁ ଯୁଗଳ ଟାଇଟଲ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପିଆର ହାଇସ୍କୁଲ ବ୍ୟାଡମିଣ୍ଟନ ଇନ୍‌ଡୋର ଷ୍ଟାଡିଅମଠାରେ ଆଜି ଓଡିଶା ରାଜ୍ୟ ସିନିଅର ର‍୍ୟାଙ୍କିଂ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ପ୍ରତିଯୋଗିତାରେ ଆୟୁଷ ଦାସ ପୁରୁଷ ଏକକ, ଯୁଗଳ ଓ ମିଶ୍ରିତ ଯୁଗଳ ଜିତି ତ୍ରିମୁକୁଟ ହାସଲ କରିଥିବା ବେଳେ ଶୃତି ସ୍ୱାଇଁ ମହିଳା ବିଭାଗର ଏକକ ଓ ଯୁଗଳ ଫାଇନାଲ ଜିତି ଦ୍ୱିମୁକୁଟ ହାସଲ କରିଛନ୍ତି । ସେହିପରି ଅନୁଜା- ଶୃତି ମହିଳା ଯୁଗଳ ବର୍ଗ, ଆୟୁଷ – ଅବିନାଶ ପୁରୁଷ ଯୁଗଳ ବର୍ଗ, ଆୟୁଷ-ପୁର୍ବା ପ୍ରତ୍ୟାଷା ମିଶ୍ରିତ ଯୁଗଳ ବର୍ଗରେ ଫାଇନାଲ ଜିତି ଟାଇଟଲ ଉପରେ କବଜା କରିଛନ୍ତି । ରବିବାର ଦିନ ସମସ୍ତ ବର୍ଗର ସେମି ଫାଇନାଲ ଓ ଫାଇନାଲକୁ ନେଇ ସମୁଦାୟ ୧୫ ଗୋଟି ମ୍ୟାଚ ଖେଳା ଯାଇଥିଲା । ପୁରୁଷ ଏକକ ବିଭାଗରେ ଆର୍ଯ୍ୟ, ଅମିୟକୁ ଓ ଆୟୁଷ ସ୍ୱାଧୀନଙ୍କୁ ହରାଇ ଫାଇନାଲକୁ ପହଞ୍ଚିଥିଲେ । ଶେଷରେ ଆୟୁଷ ଫାଇନାଲରେ ଉଚ୍ଚ କୋଟୀର ଖେଳ ପ୍ରଦର୍ଶନ କରି ଟାଇଟଲ ଫେବରେଟ୍‌ ଅର୍ଯ୍ୟାଙ୍କୁ ହରାଇ ପୁରୁଷ ଏକକ ଚମ୍ପିଆନ ଅଖ୍ୟା ଅର୍ଜନ କରିଥିଲେ । ପୁରୁଷ ଯୁଗଳ ବିଭାଗରେ ଅମୀୟ-ଅନିର୍ବାନ ଓ ଆୟୁଷ- ଅବିନାଶଙ୍କ ଯୋଡି ମଧ୍ୟରେ ଶେଷ ମ୍ୟାଚ ଖେଳା ଯାଇଥିଲା । ରୋମାଞ୍ଚକର ଫାଇନାଲରେ ଆୟୁଷ- ଅବିନାଶଙ୍କ ଜୋଡି ଫାଇନାଲ ବାଜି ଜିତିଥିଲେ । ମହିଳା ଏକକ ବର୍ଗର ସେମି ଫାଇନାଲରେ ହର୍ଷିତା, ଇଷାନୀଙ୍କୁ ଓ ଶୃତି, ଶିରିନଙ୍କୁ ହରାଇ ଫାଇନାଲରେ ପଦାର୍ପଣ କରିଥିଲେ । ରୋଚକ ଫାଇନାଲ ମ୍ୟାଚରେ ଶୃତି, ହର୍ଷିତାଙ୍କ ଉପରେ ବିଜୟ ଲାଭ କରିଥିଲେ । ମହିଳା ଯୁଗଳ ବିଭାଗର ଫାଇନାଲରେ ମ୍ୟାଚ ଅନୁଜା-ଶୃତି ଓ ହର୍ଷିତା-ପୂର୍ବା ପ୍ରତ୍ୟାଷାଙ୍କ ଯୋଡି ପରସ୍ପରକୁ ଭେଟିଥିଲେ । ଶେଷରେ ଅନୁଜା-ଶୃତିଙ୍କ ଜୋଡି ଚମକ୍ରାର ଖେଳ ପ୍ରଦର୍ଶନ କରି ଫାଇନାଲ ମୁକୁଟ ପିନ୍ଧିଥିଲେ । ସେହିପରି ମିଶ୍ରିତ ଯୁଗଳ ବର୍ଗର ଫାଇନାଲ ମ୍ୟାଚରେ ଅଭିଜିତ-ହର୍ଷିତାଙ୍କ ଯୋଡିଙ୍କୁ ଆୟୁଷ-ପୂର୍ବା ପ୍ରତ୍ୟାଷା ଯୋଡି ମାତ ଦେଇ ଫାଇନାଲ ଜିତିଥିଲେ । ସାଂଗଠନିକ ସଂପାଦକ ସୁରୁଲାଲ ମଟାରୀଙ୍କ ସଂଯୋଜନାରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଜିଲ୍ଲା ସଂଘ ସଭାପତି ଗୋପାଳ ପଣ୍ଡା, ଉପସଭାପତି ଘନଶ୍ୟାମ ମିଶ୍ର, ମ୍ୟାଚ କୋଡିନେଟର ଅନନ୍ତ ବେହେରା, ମାନସ ମହାନ୍ତି, ସୁରେନ୍ଦ୍ର ନେପାଲ, ଡେଭଲପମେଣ୍ଟ କମିଟି ଜିଲ୍ଲା ମୁଖ୍ୟ ଦେବାଶିଷ ମିଶ୍ର ମଞ୍ଚାସୀନ ଥିବା ବେଳେ ଫୁଡ ଇନଚାର୍ଜ ସୁଶାନ୍ତ ଚୋପଦାର, ବାସୁଦେବ ବେହେରା, ସୁଧିର ପଣ୍ଡା, କବିଚନ୍ଦ୍ର ଠାକୁର, ଆଦିତ୍ୟ କେଜ୍ରିୱାଲ, ସୁଶାନ୍ତ ମହାନ୍ତି, ପ୍ରକାଶ ସାହୁ, ଚନ୍ଦନ ମିଶ୍ର, ଅକ୍ରାମ ଦୁରାନି, ପୁଷ୍ପ ଭୂଷଣ ସୁତାର, ନନ୍ଦିନୀ ଲାଲ ଉଦ୍‌ଯାପନୀ ଉତ୍ସବର ସମସ୍ତ ଦାୟିତ୍ୱ ତୁଲାଇଥିଲେ । ଚିଫ୍‌ ରେଫରି ବିଜୟ ବାଗ, ପର୍ଯ୍ୟବେକ୍ଷକ ମନରୋଞ୍ଜନ ଦାସ, ସୁନିଲ ବେହେରା, ହେମନ୍ତ ପ୍ରଧାନ, ଆଶିଷ ଉପାଧ୍ୟାୟ, ରାଜକିଶୋର ଶତପଥି ଓ ଚନ୍ଦ୍ରଶେଖର ମିଶ୍ର ମ୍ୟାଚ ପରିଚାଳନା କରିଥିଲେ ।

Leave A Reply

Your email address will not be published.

error: Content is protected !!