oom

ମାଟି ତଳୁ ନାବାଳକର ମୃତଦେହ ଉଦ୍ଧାର, ଦୁଇ ଦିନ ଆଗରୁ ପୋତିଥିଲା ଜିଆରପି

jsmm

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରେ ଶନିବାର ଦିନ ଜଣେ ନାବାଳକର ମୃତଦେହ ମାତି ତଳୁ ଉଦ୍ଧାର କରା ଯାଇଛି । ନାବାଳକ ଜଣକ ହେଲେ କଣ୍ଟାବାଞ୍ଜିର ଲଳିତ ଜୈନ (୧୩) । ସୂଚନା ଅନୁସାରେ ଲଳିତ ଗତ ଗୁରୁବାର ଦିନ ସକାଳୁ ଘରୁ କୁଆଡେ ଚାଲିଯାଇଥିଲେ । ପରିବାର ବର୍ଗ ବହୁତ ଖୋଜା ଖୋଜି କରି ମଧ୍ୟ ପାଇ ନ ଥିଲେ । ଶେଷରେ ସେହି ଦିନ ହିଁ ପରିବାର ବର୍ଗ ରାତିରେ କଣ୍ଟାବାଞ୍ଜି ଥାନାରେ ନିଖୋଜ ଥିବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ସେଦିନ ସକାଳୁ କଣ୍ଟାବାଞ୍ଜିରୁ ମୁରିବାହାଲ ଯାଇଥିବା ରେଳଲାଇନ୍‌ରୁ ଏକ ମୃତଦେହକୁ ଜିଆରପି ପୁଲିସ ଉଦ୍ଧାର କରିଥିଲା। ମୃତଦେହ ବିକୃତ ହୋଇ ଯାଇଥିବାରୁ ଏହା ଚିହ୍ନି ହେଉ ନ ଥିଲା। ପୁଣି ଶବକୁ ନେବା ପାଇଁ କେହି ଦାବିଦାର ମଧ୍ୟ ଡାକ୍ତରଖାନା ପହଞ୍ଚି ନ ଥିଲେ ।

ଏପଟେ ଡାକ୍ତରଖାନାର ଶବାଗୃହରେ ମୃତଦେହ ରଖିବା ପାଇଁ ବ୍ୟବସ୍ଥା ନାହିଁ । ତେଣୁ ଅଚିହ୍ନା ମୃତଦେହ ଭାବି ଜିଆରପି ପୁଲିସ ଡାକ୍ତରଖାନାରୁ ଆମ୍ବୁଲାନ୍ସ ସାହାଯ୍ୟରେ ନେଇ ଶବକୁ ଏକ ମଶାଣି ଠାରୁ ଅଳ୍ପ ଦୂରରେ ଗାତ ଖୋଳି ପୋତି ଦେଇଥିଲା। ନିଖୋଜ ହୋଇଥିବା ମାମଲାର ତଦନ୍ତ କରୁଥିବା ଟାଉନ ପୋଲିସ ପରେ ଜାଣିପାରି ପରବାର ବର୍ଗଙ୍କ ଉପସ୍ଥିତରେ ଆଜି ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା କଣ୍ଟାବାଞ୍ଜି ତହସିଲଦାର୍‌ ଅମୃତଲାଲ ବେହେରା, ଥାନା ଅଧିକାରୀ ରଶ୍ମିତା ବେହେରା, ଜିଆରପି ଅଧିକାରୀ ସୀତାରାମ ସୁନାରୀଙ୍କ ସମ୍ମୁଖରେ ମାଟି ତଳୁ ଶବ ଉଦ୍ଧାର କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।

jittmm
Leave A Reply

Your email address will not be published.