ବଲାଙ୍ଗିର ଜିଲ୍ଲା କୈବର୍ତ ସମାଜର ସାଧାରଣ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କୈବର୍ତ ସମାଜର ଉନ୍ନତିକରଣ, ସୁଦୃଢିକରଣ ଓ ଶୃଙ୍ଖଳିତ କରି ଗଢି ତୋଳିବା ପାଇଁ ସ୍ଥାନୀୟ ଯାଦବ ଭବନରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ଅଶ୍ୱିନୀ ବାସେଳୀ ସମଲେଶ୍ୱରୀଙ୍କୁ ପୂଜା ଅର୍ଚ୍ଚନା କରି ସଭା ଆରମ୍ଭ ହେଇଥିଲା । ଜିଲ୍ଲା ସଭାପତି କଂସାରୀ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ନିଖିଳ ଓଡିଶା କୈବର୍ତ ମହାସଭାର ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ଯୋଗ ଦେଇଥିଲେ । ମୁଖ୍ୟଅତିଥି ଶ୍ରୀ ବେହେରା ସଂଗଠନକୁ ମଜବୁତ୍‌ କରିବା ଓ ସାମାଜିକ ସଂସ୍କାର ଉପରେ ଗୁରୁତ୍ୱ ଆରୋପ କରିବା ସଙ୍ଗେ ସଙ୍ଗେ କେତେକ ସମାଜ ଆମକୁ ତଫସିଲଭୁକ୍ତି ଜାତି ତାଲିକାରୁ ବାଦ୍‌ କରିବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ଆପଣମାନେ ସଜାଗ ରୁହନ୍ତୁ ବୋଲି କହିଥିଲେ । ସାଧାରଣ ସଂପାଦକ ପଞ୍ଚାନନ ସେଠ ସ୍ୱାଗତ ଭାଷଣ ଦେବା ସଙ୍ଗେ ସଙ୍ଗେ ସମାଜ ଭାଇ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ । ପାଟଣାଗଡ ସବ୍‌ ଡିଭିଜନ ଉପସଭାପତି ହଳଧର ସେଠ, ବଲାଙ୍ଗିର ସବ୍‌ ଡିଭିଜନ ଉପସଭାପତି ପଦ୍ମାବତୀ ବାରିକ, ସଇଁନ୍ତଲାରୁ ଜଗନ୍ନାଥ ବୁଡେକ, ପୁଇଁନ୍ତଲାରୁ ନିଳକଣ୍ଠ ଭୁକ୍ତା, ଇଶ୍ୱର ପାଣ୍ଡେ ଓ ମନୁ ପାଣ୍ଡେ ବଲାଙ୍ଗିରରୁ ବାସୁଦେବ ସା ଓ ମୋତି ନାଏକ, ଦେଓଗାଁରୁ ଭୋଳାଶଙ୍କର ପତ୍ରିମାଳୀ, ପର୍ଶୁରାମ ସେଠ, ପ୍ରକାଶ ସେଠ୍‌ ଓ ଦିନବନ୍ଧୁ ବିଶି, ମୁରିବାହାଲରୁ ପଦ୍ମଚରଣ ନାଏକ ଓ ଥବୀର ସା, ବେଲପଡାରୁ ହରେକୃଷ୍ଣ ନାଏକ ଓ ରଜନୀକାନ୍ତ ନାଏକ, ପାଟଣାଗଡରୁ ତ୍ରିଲୋଚନ ମାଝୀ ଓ ଲକ୍ଷ୍ମୀଧର ବାରିକ, ଖପ୍ରାଖୋଲରୁ ବୁଦ୍ଧବନ୍ଧୁ ନାଏକ ଓ ପଟ୍ଟାରୀ ନାଏକ, ଟିଟିଲାଗଡରୁ ଲାଲୁ ନାଏକ, ପର୍ଶୁରାମ ନାଏକ ଓ ପାର୍ଥବ ଭୋକ୍ତା, ତୁରେଇକେଲାରୁ ମଧୁସୁଦନ ନାଏକ ଓ ବାଲ୍ମିକୀ ମହାଲିଙ୍ଗ, ଆଗଲପୁରରୁ ପୁରନ୍ଦର ବେହେରା, ଲୁଥୁ ଦଲେଇ, ହିମାଂସୁ ସେଠ୍‌, ସୁଜିତ ବାଗ, ମଦନ ସେଠ୍‌ ଏବଂ ବରିଷ୍ଠ ଉପଦେଷ୍ଟା ଲକ୍ଷପତି ସେଠ୍‌ଙ୍କ ସମେତ ପ୍ରତ୍ୟେକ ବ୍ଲକରୁ ଅନେକ କର୍ମକର୍ତ୍ତା ଯୋଗଦାନ କରିବା ସଙ୍ଗେ ସଙ୍ଗେ ଶତାଧିକ ଜାତିଭାଇ ଯୋଗଦାନ କରିଥିଲେ । ରାଜୁ ନାଏକ ଓ ଶ୍ରଦ୍ଧାକର ନାଏକ ପୂଜାର କାର୍ଯ୍ୟରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.