jayashree

ବଲାଙ୍ଗିର ସହରର ଆମ ପୋଖରୀ ଯୋଜନା ଅନ୍ତର୍ଗତ ବନ୍ଧଗୁଡ଼ିକର ଡ୍ରୋନ୍‌ ସର୍ଭେର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ ପୋଖରୀ ଯୋଜନାରେ ଏବେ ଚମକିବ ବଲାଙ୍ଗିର ସହରର ସବୁ ବନ୍ଧ । ଏହି ଯୋଜନାରେ ପ୍ରତ୍ୟେକ ବନ୍ଧର ପୁନଃ ଉଦ୍ଧାର କାର୍ଯ୍ୟ କରାଯିବା ସହ ବନ୍ଧର ସୌନ୍ଦର୍ଯ୍ୟକରଣ କରାଯିବ । ଆଜି ଅପରାହ୍ନରେ ସହରର ଗେଟ୍‌ସରୋବର୍‌ ବନ୍ଧ ଆଡ଼ିରେ ଡ୍ରୋନ୍‌ ସର୍ଭେର ଶୁଭାରମ୍ଭ କରିଛନ୍ତି ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ମଧ୍ୟ ଯୋଗଦାନ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ସହରର ୧୭ ଗୋଟି ପୋଖରୀକୁ ଆମ ପୋଖରୀ ଯୋଜନାରେ ସାମିଲ୍‌ କରିଛନ୍ତି । ଏହା ବଲାଙ୍ଗିରବାସୀଙ୍କ ପାଇଁ ଖୁସିର ବିଷୟ । ଦୀର୍ଘ ୧୦ ବର୍ଷ ହେଲା ସହରର ବନ୍ଧଗୁଡ଼ିକ ପଡ଼ି ରହିଥିଲା, କୌଣସି କାମ ହୋଇନଥିଲା । କିନ୍ତୁ ଏଣୁ ଏଣିକି ଆଉ ବନ୍ଧର ସମସ୍ୟା ରହିବ ନାହିିଁ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଡ୍ରୋନ୍‌ ସର୍ଭେର ଶୁଭାରମ୍ଭ କରି ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ବଲାଙ୍ଗିର ପୌର ପରିଷଦ ଅଧୀନରେ ରହିଥିବା ୧୭ଟି ବନ୍ଧର ଏବେ ପୁନଃଉଦ୍ଧାର ତଥା ସୌନ୍ଦର୍ଯ୍ୟକରଣ କାମ ହେବ ଓ ଏଥିପାଇଁ ଆଜି ୧୦ ନଂ.ୱାର୍ଡ ଓ ୧୩ ନଂ.ୱାର୍ଡରେ ରହିଥିବା ଗେଟ୍‌ସରୋବର୍‌ ବନ୍ଧ ଆଡ଼ିରେ ଡ୍ରୋନ୍‌ ସର୍ଭେ ଆରମ୍ଭ ହୋଇଛି ବୋଲି ମତ ରଖିଥିଲେ । ତେବେ ଆମ ପୋଖରୀ ଯୋଜନାରେ ଏସ୍‌ଏଚ୍‌ଜି ଗ୍ରୁପ୍‌ର ମା’ମାନେ କାମ କରିବେ ବୋଲି ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.