jayashree

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ନିମନ୍ତେ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ପାଇଁ ସଚେତନତା ଶିବିର ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଡୁଡୁକା କଲ୍ୟାଣ ମଣ୍ଡପଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ନିମନ୍ତେ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ପାଇଁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ଆଗଲପୁର ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ଦାସ ଯୋଗ ଦେଇଥିଲେ । ମଂଚାସୀନ ଥିଲେ ବ୍ଲକ ଉପାଧ୍ୟକ୍ଷା ନିରୁପମା ପଧାନ, ଜିଲ୍ଲା ପରିଷଦ ସଭ୍ୟ ବିଣାପାଣୀ ଦାସ, ଗୋଷ୍ଠୀ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଜ୍ୟୋତିର୍ମୟୀ ନାଏକ, ଫିଲଡ ଅଫିସର ଅରବିନ୍ଦ ବେହେରା ପ୍ରମୁଖ । ଟ୍ରେନିଂ ଶିକ୍ଷକ ସଚିଦାନନ୍ଦ ଷଡଙ୍ଗୀ ମଂଚ ପରିଚାଳନା କରିଥିଲେ । ତାଲିମ ଶିବିରରେ ୧୧୨ ଟି ସ୍ୱୟଂ ସହାୟକ ଗୋଷ୍ଠୀ ଯୋଗ ଦେଇଥିବା ବେଳେ ୨୨୪ ଜଣ ସଭ୍ୟ ଅଂଶଗ୍ରହଣ କରିଥିଲେ । ବ୍ଲକ ମହାସଂଘର ସଭ୍ୟମାନେ ମଧ୍ୟ ଶିବିରରେ ଅଂଶ ଗ୍ରହଣ କରିଥିଲେ । ମିଶନ ଶକ୍ତି ଋଣ ଏବଂ ସରକାରଙ୍କ ତରଫରୁ ସୁଧ ଫେରସ୍ତ, ବିଏସକେୱାଇ, ମମତା ଯୋଜନା, ମିଶନ ଶକ୍ତି ବିଭାଗର କୃଷି, ଉଦ୍ୟାନ, ମାଛ, ଭେଟେନାରୀ, ସହଭାଗିତା ଉପରେ ଅତିଥିମାନେ ଆଲୋକପାତ କରିଥିଲେ । ଜୀବିକା ସଂଯୋଜକ ଜ୍ଞାନରଂଜନ ସା ଧନ୍ୟବାଦ ଅର୍ପଣ କରି ସଭା ସାଂଗ କରିଥିଲେ ।

Leave A Reply

Your email address will not be published.