ppurohit

ଗନିଆଁପାଲି ହାଇସ୍କୁଲରେ ବନ ମହୋତ୍ସବ ପାଳିତ

2nd

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ବୁଦ୍ଧଦେବ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ୭୪ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ପୁଷ୍ପାଞ୍ଜଳି ବେହେରା, ମୁଖ୍ୟ ବକ୍ତା ଭାବରେ ପ୍ରକୃତିବନ୍ଧୁ ମୀନକେତନ ସାହୁ, ସମ୍ମାନିତ ଅତିଥି ଭାବରେ ପ୍ରକୃତିବଂଧୁ ଅନନ୍ତ ମେହେର, ପ୍ରକୃତିବନ୍ଧୁ ଗୋବିନ୍ଦ ମେହେର, ନେହେରୁ ଯୁବକେନ୍ଦ୍ର ବରଗଡର ସ୍ୱେଚ୍ଛାସେବୀ ରତିକାନ୍ତ ପଧାନ ଓ ଡିଲେଶ୍ୱର ନାଏକ ପ୍ରମୁଖ ଅଂଶଗ୍ରହଣ କରି ବୃକ୍ଷ ରୋପଣ, ଜଂଗଲ ସଂରକ୍ଷଣ ଓ ପରିବେଶ ସୁରକ୍ଷା ସଂପର୍କିତ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଅଂଶଗ୍ରହଣ କରି ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଁଳାଚାରା ପ୍ରଦାନ କରାଯାଇଥିଲା ଓ ପୋଷ୍ୟ ରୂପେ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବିଦ୍ୟାଳୟର ଶିକ୍ଷକ ବିଷ୍ଣୁ ପ୍ରସାଦ ହଂସ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା ।

Leave A Reply

Your email address will not be published.