csstore

ସମ୍ବଲପୁରୀ ଦିନ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସିରଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର ପ୍ରସ୍ତୁତି ବୈଠକ ସୁଶ୍ରୀ ଜିତେଶ୍ୱରୀ ଦାଶଙ୍କ ପୌରୋହିତ୍ୟରେ ରାଜବୋରାସମ୍ବର ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ‘ସମ୍ୱଲପୁରୀ ଦିନ୍‌’ ଦିନ ସମ୍ୱଲପୁରୀ ନୃତ୍ୟ ଗୀତ ନାଟକ ଓ କବିତା ପାଠ ହେବ । ଏହି ଅବସରରେ ୨୦ ଜଣକୁ ସିରଜିନା ସମ୍ମାନରେ ସମ୍ମାନିତ କରାଯିବ । ଦୀପକ ଦାଶଙ୍କ ନିର୍ଦେଶନାରେ ନାଟକ ପ୍ରଶାନ୍ତ କହୁଛେଁ ମଞ୍ଚସ୍ଥ ହେବ । ହେମନ୍ତ ଦୀପଙ୍କୁ ସିରଜିନା ସମ୍ମାନ ଶ୍ରୀ ଫାଲ୍ଗୁନୀ ରଣା କବିତା ସମ୍ମାନ ଶ୍ରୀ କାହ୍ନୁ ଚରଣ ନାଥ ଗଳ୍ପ ସମ୍ମାନ ବାଳମୁକୁନ୍ଦ ନିଆଲ ଓ ଦୀପାଲି ମେହେର ନୂଆ ମୁହୁ ସମ୍ମାନ ଶ୍ରୀ କୁଞ୍ଜ ବିହାରୀ ସରାଫ ଓ ଦୀପା ବାରିକ ପାଇବେ ସେବା ସମ୍ମାନ । ଏହି ପ୍ରସ୍ତୁତି ବୈଠକରେ ଡ଼ ପ୍ରମୋଦ କୁମାର ପାଢ଼ୀ, ଭୀଷ୍ମ ଦେବ ସାହୁ, ରମଣୀ ବିଶ୍ୱାଳ, ପୌଲସ୍ତ୍ୟ ସାହା, ଡ଼ ଜୟକେତନ ତ୍ରିପାଠୀ, ଶେଷ ଦେବ ମେହେର, ଆଶୁତୋଷ ପାଣିଗ୍ରାହୀ, ନିରୋଜ ଦୋରା, ସନ୍ତୋଷ ସିଂହ ଠାକୁର, ଟିକନୁ ସାହୁ, ରାମଚନ୍ଦ୍ର ମେହେର, କୁଞ୍ଜ ବିହାରୀ ସରାଫ, ସଞ୍ଜୟ ବହିଦାର, ମନୋଜ ପଣ୍ଡା ପ୍ରମୁଖ ସଦସ୍ୟ ସଦସ୍ୟା ଯୋଗଦାନ କରିଥିଲେ । ଶେଷରେ ଡ.ଅନନୀ କାନ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.