ରକ୍ତଦାନ କରି ଜନ୍ମଦିନ ପାଳନ କଲେ ଯୁବ କୁଲୁତା ସମାଜ ସଦସ୍ୟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦିନରେ ଜନ୍ମଦିନକୁ ଲୋକେ ବନ୍ଧୁ ବାନ୍ଧବଙ୍କ ଗହଣରେ କେକ୍‌ କାଟି ନାଚ ଗୀତ ସହ ବଡ ଧୁମ୍‌ଧାମ୍‌ରେ ପାଳନ କରୁଛନ୍ତି । କିନ୍ତୁ ଠିକ୍‌ ସେତିକି ବେଳେ ଜନ୍ମଦିନରେ ରକ୍ତଦାନ କରି ଜନ୍ମଦିନ ଉତ୍ସବ ପାଳନ କରିବାକୁ କିଛି ଯୁବକ ଆଗେଇ ଆସିଛନ୍ତି । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ସକ୍ରିୟ ସଦସ୍ୟ ଦେଓଗାଁ ବ୍ଲକର ବହଲି ଗ୍ରାମର ଗଙ୍ଗାଧର ପ୍ରଧାନ, ଉପରଝର ଗ୍ରାମର ଗୌରୀ ବିଶ୍ୱାଲଙ୍କୁ ନିଜ ଜନ୍ମ ଦିନ ଉତ୍ସବରେ ବଲାଙ୍ଗିର ରକ୍ତଭଣ୍ଡାରରେ ରକ୍ତଦାନ କରିଛନ୍ତି । ରକ୍ତଦାନ ସମୟରେ ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ, ସଂପାଦକ ଭୁବନେଶ୍ୱର ଭୋଇ, ଦେଓଗାଁ ବ୍ଲକ ସଦସ୍ୟ ବସୁଦେବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏଭଳି ମହତ କାର୍ଯ୍ୟ ପାଇଁ ଶ୍ରୀ ପ୍ରଧାନଙ୍କୁ ଆଗାମୀ ଦିନରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ସମ୍ମାନିତ କରାଯିବ ବୋଲି ସଂଗଠନ ତରଫରୁ ସୂଚନା ଦିଆଯାଇଛି । ଏହି ଅବସରରେ ସମସ୍ତ ଯୁବ ସମାଜ ନିଜ ଜନ୍ମ ଦିନରେ ରକ୍ତଦାନ କରିବାକୁ ଆଗେଇ ଆସନ୍ତୁ ବୋଲି ଯୁବ ସଂଗଠନ ତରଫରୁ ଆହ୍ୱାନ କରାଯାଇଛି ।

Leave A Reply

Your email address will not be published.